ଅହଂ ଭାବରେ
ଅହଂ ଭାବରେ
ପ୍ରେମ ତ୍ୟାଗ ହାବ କାଟେ ଅହଂଭାବ
ପରୋପକାରରେ କେତେ
ସଭିଙ୍କି ନିଜର କରି ନପାରିଲେ
ସନ୍ତୋଷ ନମିଳେ ସେତେ ।
ଅହଂକାର ଯେବେ ଶୀଳତା ଶୋଷକ
ଅହଂ ଆବେଶରେ ମନ
ସବୁ ସମ୍ପର୍କରେ ଅହଂକାର ଢାଙ୍କେ
ସ୍ଵଗୁଣକୁ କରେ ହୀନ ।
ଅହଂ ଆଧିକ୍ୟରେ ଅଙ୍ଗାରକ ତେଜ
ଅହଂ ହୁଏ ଅଧିକୃତ
ଅହଂ ଅଧିରୁଢେ ଆସମ୍ପର୍କ ବଢେ
ଅନାଚାର ଅନାହୂତ ।
ଅହଂ ଅନଶ୍ଵର ହୁଏ ଅନୁଚର
ଅହଂ ଅନପେତ ହୋଇ
ଅହଂ ଅପନତେ ହୃଦୟ ଆନତେ
ହୃଦୟରେ ଅସ୍ତ ଯାଇ ।
ଧିରେ ଧିରେ ପ୍ରେମ ହେଲେ ସମର୍ପଣ
ଅହଂ ଆତିଶର୍ଯ୍ଯ କଟେ
ପ୍ରେମ ପ୍ରତିକାର ପର ଉପକାର
କରୁଥିଲେ ନିଶ୍ଚେ ହଟେ ।
ସଭିଙ୍କୁ ନିଜର କରି ପାରୁଥିଲେ
ସାର୍ଥକ ହୁଏ ଜୀବନ
ଜୀବନରେ ଯିଏ ନିଜ ପାଇଁ ବଞ୍ଚେ
ବଞ୍ଚିହେବା ଅକାରଣ ।
ଜୀବନ ସନ୍ତୋଷ ଖୋଜୁଥାନ୍ତି ସର୍ବେ
ଅନ୍ତର ଅଭିଷ୍ଟ ଯେଣୁ
ସନ୍ତୋଷ ପ୍ରକାଶେ ଅସନ୍ତୋଷ ନାଶେ
ବିଞ୍ଚିଦେଲେ ପ୍ରେମ ରେଣୁ ।
ପ୍ରଶାନ୍ତ କୁମାର ହୋତା