Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ମାୟାବିନୀ

ମାୟାବିନୀ

1 min
139


ଜାଣେନା ମୁଁ.....

ତୁମର ମୁ କିଏ ?

ମୋର ଵି ତୁମେ କିଏ ?

କାହିଁକି ଵି ଦେଖା ଦେଲ ମୋତେ ଆଗନ୍ତୁକା ହୋଇ ?

ମୋ ମନ ଦେଖୁଛି...

ସପନ ଵି ଆଙ୍କୁଛି

କାହିଁକି ବା ରଚିଲ ଏ ସମ୍ପର୍କ....ନୂଆ ପରିଚୟ ଦେଇ ।।

ତମେ କିଏ .....?

ଏବେ ଵି ମୋ ମନେ ଉଙ୍କି ମାର

ମୋ ହୃଦୟକୁ କଲ ଅକ୍ତିଆର

ଦେବୀ, ଅପ୍ସରୀ ନା ମୋ ସପନ ମିତ.....।

ତୁମେ ମାୟାବିନୀ... ନା ମୃଗତୃଷ୍ଣା..

ମରୀଚିକା...... ନା ଭଗ୍ନ ଆଇନା...

ଅବା କି ମୋ ମନଲୋଭା ସ୍ୱର୍ଣିମ ଅତୀତ !

ତଥାପି ....

କାହିଁକି ମୋ ମନ ତୋତେ ଖୋଜେ...

ତୋ ସପ୍ନେ ମୁଁ ପୁରାପୁରି ହଜେ...

ସତେ ଅବା ଆମ ସମ୍ପର୍କ କେଉଁ ଯୁଗ ଯୁଗର !

ସାଇତୁଛି ସେ ମିଠା ସମ୍ପର୍କ

ରଚିବାକୁ ପ୍ରେମର କୋଣାର୍କ

ବନିବି କି ମୁଁ ତୋ ପାଇଁ ସପ୍ନ ସୌଦାଗର ?


Rate this content
Log in