Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Others

5.0  

Monalisa priyadarsini Nanda

Others

ପ୍ରକୃତି ଆଜି କାନ୍ଦୁଛି

ପ୍ରକୃତି ଆଜି କାନ୍ଦୁଛି

1 min
296



ପ୍ରକୃତି ଆଜି କାନ୍ଦୁଚି 

          ଆୟୁଷ ତାହାର ସରିଯାଉଛି 

ମାନବ ଆଜି ଦାନଵ ସାଜି 

         ସବୁ ତାହାର ହରଣ କରିଛି ।


ନିଜେ ସିଏ ନିଜ ଗୋଡ଼କୁ 

           କୁରାଢ଼ୀ ସର୍ବଦା ମାରୁଛି 

ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନଦ୍ୱାରା 

          ସବୁ ଅକ୍ତିଆର ସେ କରିଛି ।


ଅଜ୍ଞାନ ମାନବ ସବୁ ଜାଣି 

          ଅଜଣା ଭଳି ରହୁଛି 

ପ୍ରତିମୁହୁର୍ତେ ପ୍ରକୃତିକୁ 

          କ୍ଷତବିକ୍ଷତ ସେ କରୁଛି ।


ସବୁଜଘର ପ୍ରଭାବ 

         ସବୁଜତା ତାର ହରିଛି 

ଗ୍ଲୋବାଲଓ଼ର୍ମିଂ ସହ 

         ତାପମାତ୍ରା ଆଜି ବଢୁଛି ।


ଗ୍ରହନକ୍ଷତ୍ରକୁ ପରୀକ୍ଷାକରି 

             ଚନ୍ଦ୍ରକୁ ସେ ଟପିଛି 

ଅତିବାଇଗେଣୀ ରଶ୍ମି 

           ଓଜନରେ ରନ୍ଧ୍ର କରୁଛି ।


ଅମ୍ଳଜାନ ଗ୍ୟାସ ହ୍ରାସ ସହ 

          ଜଳ ସଙ୍କଟ ଆଜି ବଢୁଛି 

କଳାକାରଖାନା ବିଷାକ୍ତ ଧୂଆଁରେ 

         ସବୁ ବିଷମୟଖାଲି ଲାଗୁଛି ।


ମାନବ ନିଜ ସୁଖସ୍ବାଛନ୍ଦକୁ 

          ସର୍ବଦା ଶ୍ରେୟ ମଣୁଛି 

ଅଏସରେ ରହିବାକୁ 

         ଭବିଷ୍ୟତ ତଣ୍ଟି ଚିପୁଛି ।


ମନପୁଲକରେ ପିଜା ବର୍ଗର 

         ସବୁଦିନସେ ଖାଲି ଖାଉଛି 

ବିଷ ଗୁଡା ଉଦରରେ ଭରି 

     ଅଜାଣତେ ନିଜକୁ ବୀନିଷ୍ଟ କରୁଛି ।


ପ୍ରାକୃତିକ ବାୟୁ ଭୁଲିଯାଇ 

      ଏ ସି ରେ ଖାଲି ଶୟନ କରୁଛି 

ମୁହୂର୍ତ୍ତେ ମୁହୂର୍ତ୍ତେ କମ୍ପୁଟର 

      ଆଉ ସ୍ମାର୍ଟ ଫୋନ ଖାଲି ଚିପୁଛି ।


ନିଜକୁ କୃତିମ କରି 

       ବାହାପିଆ ଖାଲି ମାରୁଛି 

ବିଭିନ୍ନ ସଂକ୍ରାମକ ରୋଗ 

       ତାର ଶରୀରେ ବସା ବାନ୍ଧୁଛି ।


ପ୍ରତିଦିନ ଚିକିତ୍ସାଳୟେ 

         ଖାଲି ଧାଡି ଲାଗିଛି 

ମେଡ଼ିସିନ ଗୁଡା ସର୍ବଦା 

        ଚକଲେଟ ଭଳି ଖାଉଛି ।


ଶିଶୁ ଯୁବକ ସଭିଙ୍କୁ 

        ବୃଦ୍ଧ ଭଳି ରୋଗ ହେଉଛି 

ବୁଢ଼ା ବାପା ଥାଇ ଏଠି 

        ପୁତ୍ର ଯେ ମସାଣି ଯାଉଛି ।


ମୁଁ ଆଜି ପୃଥିବୀର ସମସ୍ତ 

        ମାନବଙ୍କୁ ଭିକ୍ଷା ମାଗୁଛି 

ବୃକ୍ଷ ରୋପଣ କର 

       ସେ ଅମ୍ଳଜାନ ସୃଷ୍ଟି କରୁଛି ।


ସି ଏନ ଜି ବ୍ୟବହାର କର 

        ସଭିଙ୍କୁ ମୁଁ ମିନତି କରୁଛି 

ପ୍ରକୃତିର ନିୟମ ଉଲ୍ଲଙ୍ଘନ ନକର 

        ସଭିଙ୍କୁ ଏତିକି ଗୁହାରି କରୁଛି ।



Rate this content
Log in