Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଦେଇଥିଲେ ପାଇ

ଦେଇଥିଲେ ପାଇ

1 min
321



ଦେଇଥିଲେ ପାଇ   ବୁଣିଥିଲେ ଦାଇ

କଦାପି ନୁହଁଇ ମିଛ

ପୁରୁଣା ଏ କଥା     ନମାନି ଅଯଥା

ଅବସ୍ଥା ହେଲାଣି ନୀଚ ।

ପୁତ୍ର କନ୍ୟା ଜାୟା ମୋହେ ପଡି ବାୟା

ଭୁଲିଛୁ କର୍ତ୍ତବ୍ୟ ନିଜ

ଦିଶେ ଜଳଜଳ     ପାଇବୁ କି ଫଳ

ପୋତି ବିପରୀତ ବୀଜ ।

ପିତାମାତା ପୁଣି    ଭାଇ କି ଭଉଣୀ

ପରିଜନ କକା ଖୁଡି

କେବେ କାହା ହିତ  ଥିଲା ଯା' ବିହିତ

ନକଲୁ ସ୍ବାର୍ଥରେ ବୁଡି ।

ନପାରିଲୁ ତୋଷି   ଆପଣା ପଡୋଶୀ

ସୁଖଦୁଃଖେ ହୋଇ ସାହା

ଶିଖି ତୋ ସନ୍ତାନ    କରିବେ ପ୍ରସ୍ଥାନ

କର୍ତ୍ତବ୍ୟ ପଥରୁ ଯାହା ।

ତୋର ଜନ୍ମଦାତା    ବୃଦ୍ଧ ପିତାମାତା

ପାଇଁ ସେବାଭାବ ବିନେ

ଦେଇଛୁ ଯେଭଳି   ସଂସ୍କାର ସେଭଳି

ଆଚରିବେ ସେହୁ ଦିନେ ।

ଯାହା ହାତ ଧରି    ସାଥେ ଅନୁସରି

ଚାଲି ଶିଖିଥିଲୁ ବାଟ

କେତେ ତ୍ୟାଗ କରି ବିଦ୍ୟାଳୟେ ଭରି

ପଢାଇଲେ ଏତେ ପାଠ ।

ହିତାହିତ ତେଜି    ନପାରିଲୁ ହେଜି

ବଡ଼ ହୋଇ କାଳକ୍ରମେ

ଅନ୍ତିମ କାଳରେ   ନାନାଦି ଆଳରେ

ଛାଡୁଅଛୁ ବୃଦ୍ଧାଶ୍ରମେ ।

ପିତାମାତା ସେବା  ପାଇଁ ଯତ୍ନ ନେବା

ଅଭ୍ୟାସ ନକଲେ ଘରେ

ମିଳେ ପରିଣାମ   ପିଲାମାନେ ଆମ

କରିବେ କି କେବେ ପରେ ?



Rate this content
Log in

Similar oriya poem from Inspirational