Audio

Forum

Read

Contests

Language


Write

Sign in
Wohoo!,
Dear user,
ଯୁଦ୍ଧ
ଯୁଦ୍ଧ
★★★★★

© Prakash Sahoo

Abstract

3 Minutes   7.1K    4


Content Ranking

ଚତୁର୍ଦ୍ଦିଗ ଏବେ ଖାଲି ଶୂନ୍ୟତା,

କିଛି କ୍ଷଣ ପୁର୍ବର ଚପଳତା ଏବେ ନିସ୍ତବ୍ଧ ।

ପବନ ଶାନ୍ତ ହେବାରେ ଲାଗିଛି।

ଉପରକୁ ଉଠିଯାଇଥିବା ଗୋଧୂଳି,

ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରୁଛି।

ରାତ୍ରୀ ଆଡ଼କୁ ଗତି କରୁଛି,

ଯୁଦ୍ଧ ମୈଦାନର ପାରିପାର୍ଶ୍ୱିକ ।

ସେଠାକାର ମନ୍ଦିର ସାମାନ୍ୟ ଭଗ୍ନାବସ୍ଥା,

ର ଶିକାର ହୋଇଛି ।ଆଜି ଆଉ ସନ୍ଧ୍ୟା ,

ଆଳତୀର ସମ୍ଭାବନା ନାହିଁ ।

ଏ ସବୁ କିଛି ସାଧାରଣ ନ ଥିଲା,

କିଛି ମୁହୂର୍ତ୍ତ ପୂର୍ବେ ,ପବନରେ ବାସ୍ନା,

ଉଭୟ ପାର୍ଶ୍ୱରେ ବହି ଯାଉଥିଲା ।

ଆକାଶରେ ଧୂଆଁ ଏମିତି,

ପୃଥିବିକୁ ଆବରଣ କରି ରଖିଥିଲା,

ଯେପରି ସେ କରୁଣ୍ୟ ଦୃଶ୍ୟ,

ଧରିତ୍ରୀ ପାଇଁ ଦର୍ଶନ ଯୋଗ୍ୟ ନଥିଲା।

ମାଟି ମାର ଅଙ୍ଗ କ୍ଷତ ବିକ୍ଷତ,

ହୋଇଯାଇଛି ,ବୃଷ୍ଟିପାତର ଜଳ,

ପ୍ରତିବଦଳରେ ମିଳିଥିଲା ରକ୍ତ ।

ଶାନ୍ତ ଅନୁକୂଳ ପରିବେଶ ପରିବର୍ତ୍ତେ,

କବଜାରେ ଥିଲା ଅପ୍ରୀତିକର ଶବ୍ଦ ।

ଗୋଳାବାରୁଦର ଶବ୍ଦରେ ସେ ସ୍ଥାନ,

ଅଥୟ ହୋଇ ପଡୁଥିଲା।

ସେହି ଯୁଦ୍ଧ ପରବରର୍ତ୍ତୀ ଲୋମହର୍ଷଣକାରୀ,

ଦୃଶ୍ୟ,କିଏ ଚିରକାଳ ପାଇଁ ଶୋଇପଡିଛି,

ପ୍ରକୃତିର ବକ୍ଷରେ ,ଆଉ କିଏ ,

ଗୁରୁଣ୍ଡି ଗୁରୁଣ୍ଡି ସାହାରାର ଆଶାରେ ଅଛି,

କେଉଁଠି ଶବର ପାହାଡ଼,

ମୁଣ୍ଡ ଟେକି ଠିଆହୋଇଛି,

ବହି ଆସୁଛି ରକ୍ତର ଝରଣା କେଉଁଠାରୁ,

ଯନ୍ତ୍ରଣା ଅସହାୟତାର କରୁଣା ଶବ୍ଦ,

ପବନରେ ଭାସିଆସୁଛି। ସବୁଜ ଗୁଳ୍ମ ମଧ୍ୟରେ,

 ଲାଲ ରକ୍ତର କୁହୁଡି ସଦୃଶ୍ୟ ଛିଟା ଆଉ,

ସ୍ୱଳ୍ପ ବୃଷ୍ଟି ପରି ରକ୍ତର ଧାରା ।

 ଏ ହୃଦୟବିଦାରକ ଦୃଶ୍ୟ ସବୁ ଦେଖି,

 ପ୍ରକୃତି ଆଜି ମର୍ମାହତ ହୋଇପଡିଛି ।

କେତେ ଯେ ଅକର୍ମଣ୍ୟ ବୋମା ଆଉ ,

ଗୋଳିର ସ୍ଥୁଳ ତାର ହିସାବ ନାହିଁ ।

କେଉଁଠି ରାଇଫଲ ତ କେଉଁଠି ରାଉଣ୍ଡ ,

କେଉଁଠି ହାତ ତ କେଉଁଠି ମୁଣ୍ଡ ଏ ସବୁ ,

ପୂର୍ବାବସ୍ଥାକୁ ଫେରିବା କଷ୍ଟ ସାପେକ୍ଷ୍ୟ ।

ଯମ ଦେବତା ଏବଂ ମାତା ଯୋଗିନୀଙ୍କ,

ପାଇଁ ଖୁସିର ଦିନଟିଏ,

କେତେ ଯେ ଶିକାର ସେ ବି ଏକ ସଙ୍ଗେ,

ଆଉ ଭିନ୍ନ ଭିନ୍ନ ଅଞ୍ଚଳର ଶିକାର ,

ବିନା ପରିଶ୍ରମରେ ଗୋଟେ ସ୍ଥାନରେ ଏକତ୍ରିତ,

କେତେ ସହଜ ହୋଇଯାଇଛି ଆଜି ।

ଏହାର ପରବର୍ତ୍ତୀ ପରିସ୍ଥିତି କଣ ହବ ,

ଯେ ଜିତିଛି ସେ ଖୁସି ମନାଇବ ଆଉ ,

ଯେ ହାରିଛି ସେ ଫେରିଯିବ ,ଶହୀଦର ,

ପରିବାରକୁ ହୁଏତ ଦେଇଦେବ କିଛି ଅନୁକମ୍ପା ।

ହେଲେ ଯେ ଜିତିଛି ସେ ଖୁସିର ବାର୍ତ୍ତା ,

ଶୁଣାଇପାରିବ ଆଉ ସେମାନଙ୍କ କାନରେ ,

ଯେ ହାରିଯାଇଛି ସେ ଆଉ ଆଶ୍ୱାସନା ,

ଦେଇପାରିବ ସେମାନଙ୍କ ମନରେ ।

କଣ ପ୍ରାପ୍ତ ହେଲା ଏ ଯୁଦ୍ଧରେ,

ଭଉଣୀ ହରାଇଲା ଭାଇକୁ,ସ୍ତ୍ରୀ ହରାଇଲା,

ସ୍ୱାମୀକୁ,ମା ହରାଇଲା ପୁଅକୁ ,

ବନ୍ଧବୀ ହରାଇଲା ବନ୍ଧୁକୁ,ଆଉ ଦେଶ,

ହରାଇଲା କିଛି ବିର ସନ୍ତାନଙ୍କୁ ।

ବଳି ପଡିଗଲା କିଛି ନିରୀହ ଜୀବନ ।

କଣ ଏହାର ଭରଣା ସମ୍ଭବ ।

କଣ ଆଉ ତୁଳନା କରାଯାଇପାରିବ,

ଯୁଦ୍ଧ ପରବର୍ତ୍ତୀର ମୁହୂର୍ତ୍ତକୁ ପୂର୍ବବର୍ତ୍ତୀର ,

ସେହି କିଛି କ୍ଷଣର ଦୁର୍ଲ୍ଲଭ ମୁହୂର୍ତ୍ତକୁ ।

କଣ ଆଉ ଫେରାଇଆଣିହବ ସେହି ସାଙ୍ଗସାଥି,

ଆଉ ହସଖୁସିର ମାହୋଲକୁ ।

ଯୁଦ୍ଧରେ ବିଜୟ ପ୍ରାପ୍ତ ଦେଶ କଣ ,

ଦେଇପାରିବ ସେମାନଙ୍କ ପାରିଶ୍ରମିକ ,

ସେମାନଙ୍କ ହାତରେ ଅବା ,

ବିଜୟ ଲାଭ ଖୁସିକୁ ଅନୁଭବ,

କରାଇପାରିବ,ପରାଜିତ ଦେଶ ପରାଜୟର,

ଶ୍ରେୟ ଆଉ କାହାକୁ ଦେବ ।

ଯୁଦ୍ଧ ତ ହୋଇଗଲା ଏହାର ଫଳାଫଳ,

ବି ଆସିଗଲା ହେଲେ ସାରା ଜୀବନ ସେମାନଙ୍କ,

ଆଖିରେ ଲୁହର ଝରଣା ସୃଷ୍ଟି କରିଦେଲା,

ଖାଲି କରିଦେଲା ଗୋଟେ ସଂପର୍କ ,

ପରିବାରରେ,ଏ ପୃଥିବି ପୃଷ୍ଠରୁ ଦୁରେଇ,

ଦେଲା ନିଜ ଆତ୍ମୀୟଙ୍କ ଠାରୁ ।

ଯୁଦ୍ଧରେ ହାରିବା , ଜିତିବା ଚିରନ୍ତନ ସତ୍ୟ ।

କିନ୍ତୁ ଏହି ଯୁଦ୍ଧ ପରେ କେହି ଫେରାଇପାରିବେ,

ପୁଅକୁ ତା ମା ପାଖକୁ ,ସ୍ୱାମୀକୁ,

ତା ସ୍ତ୍ରୀ ପାଖକୁ,ବାପାକୁ ତା ପିଲାମାନଙ୍କ,

ପାଖକୁ, ଭାଇକୁ ତା ଭଉଣୀ,

ପାଖକୁ ,ବନ୍ଧୁକୁ ତା ବାନ୍ଧବୀ ପାଖକୁ ।

ତଥାପି କାହିଁକି ଏ ବିଶ୍ୱ ଆଜି ବି ଯୁଦ୍ଧର ,

ପରିଣାମକୁ ହୃଦୟଙ୍ଗମ କରି ବି ଏମିତି କରୁଛି।

କାହିଁକି ଚାଲିଛି ଶୀତଳ ଯୁଦ୍ଧ,

କାହିଁକି ଚାଲିଛି ବିଶ୍ୱ ଧ୍ଵଂସକାରୀ ଅସ୍ତ୍ର,

ନିର୍ମାଣରେ ପ୍ରତିଦ୍ଵନ୍ଦିତା ।

ଏହାର ବିକଳ୍ପ କଣ ଆଉ କିଛି ନାହିଁ ।

ଆଉ କେତେ ଯେ ଯୁଦ୍ଧର ,

ଉଦାହରଣ ଆବଶ୍ୟକତା ଅଛି ଏ,

ବିଶ୍ୱକୁ,କେତେ ଯେ ଯୁଦ୍ଧ ପରବର୍ତ୍ତୀ,

ପ୍ରାଦୁର୍ଭାବ ଦେଖିବାକୁ ବାକି ଅଛି ।

ହେ ମୋର ବନ୍ଧୁ ହେ ମୋର ଭାଇ,

ଏଠି କିଏ ଛତ୍ରୁ,କିଏ ଆତଙ୍କବାଦୀ ଆମେ ସବୁ,

ରକ୍ତ ମାଂସ ଧାରୀ ମନୁଷ୍ୟ,ଆମେ ସବୁ,

ଗୋଟିଏ ମନୁଷ୍ୟ ଜାତି ଏ ସୃଷ୍ଟିର ,

ଯେଉଁ ହାତରେ ଆମେ କ୍ଷେତରେ ସୁନାର,

ଫସଲ କରିପାରିବା କାହିଁକି ସେହି ହାତରେ,

ବନ୍ଧୁକ ଧରି ନିଜ ଜାତିର ହତ୍ୟା କରିବା ।

ପ୍ରକାଶ ସାହୁ ।

ବିଶ୍ୱ ଯୁଦ୍ଧ ବନ୍ଧୁକ

Rate the content


Originality
Flow
Language
Cover design

Comments

Post


Some text some message..