Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Romance

2.5  

K. Nirmal

Romance

ପ୍ରେମର ରାଗିଣୀ

ପ୍ରେମର ରାଗିଣୀ

1 min
246




ନିଆରା ଦୁନିଆ ଝୁରୁଛି ଝୁରିବ

ହୃଦୟର ଏକ ସ୍ୱରେ,

ପହିଲି ଫଗୁଣ ଛୁଇଁ ଦେଲା ପରେ

ହୋଇଯାଏ ସେ ଅଧିରେ ।


ଜୀବନର ନଇଁ ବୋହି ବୋହି ଯାଏ

ତଟିନୀର ମୋହ ତୀରେ,

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଏ ପହିଲି ଫଗୁଣରେ ।


ଉଡ଼ି ଉଡ଼ି ଯାଏ ପ୍ରଜାପତି ଟିଏ

ଦୂର ଦିଗ୍ ବଳୟରେ,

ଛାଡ଼ିଯାଏ ପ୍ରେମ ଉଡ଼ନ୍ତା ଆକାଶେ

ତୁମରି ସ୍ମୃତି ସ୍ପର୍ଶ ରେ ।


ଲହ ଲହକା ପତର ବଙ୍କା ପ୍ରେମ

ସପନ ର ମହିନୀରେ,

ଝୁରୁଥାଏ ମନ ପାହାଡ଼ ର ସ୍ପର୍ଶେ

ବାଜିମାତ ଦୁନିଆରେ ।


ମଲ୍ଳାର ର ସ୍ୱରେ ମନ୍ଦାର ମାଳିନୀ

ଅଧିର ହୋଇ ସେ ଝୁରେ,

ପ୍ରେମର ରାଗିଣୀ ସୁଆଦ ଦାୟିନୀ

ଚିତ୍ରକଳା ଭାବନାରେ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

◆ Gmail:-nirmaln270@gmail.com

◆ ମୋବାଇଲ୍:- ୯୫୬୬୧୧୩୬୦୭


Rate this content
Log in

Similar oriya poem from Romance