Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

3  

Sadananda Sahoo

Tragedy

ମୁଁଶୈଶବ ପୀଡ଼ିତା

ମୁଁଶୈଶବ ପୀଡ଼ିତା

1 min
6.5K




ହେଭାଗ୍ୟ ବିଧାତା କଲୁରେ ହୀନସ୍ତା

ଜହ୍ଲାଦ କବଳେ ମୋତେ ;

ନିଷ୍ଠୁର ସେ ପାପୀ ବୁଝିଲାନି କିଛି

ରାକ୍ଷସ ସାଜିଲା ସତେ !!!


ଫୁଲ କଢ଼ିବୋଲି ଦେଲାମୋତେଦଳି

ଆକୁଳେ ଚିତ୍କାର କଲି ;

ପ୍ରତିରୋଧ ଶକ୍ତି ନଥିଲା ମୋ' କିଛି

କେତେ କଲ ବଲ ହେଲି !!!!


କଅଁଳ ଦେହଟା ରକତେ ଭିଜିଲା

ରାକ୍ଷସ ହେଲାନି ଶାନ୍ତି ;;

ମାରି ଦବ ବୋଲି ଦେଲା ତଣ୍ଟି ଚିପି

ପାଇ ଯିବବୋଲି ମୁକ୍ତି !!!


ଏକି ହୀନ କର୍ମ କଲୁରେ କୁକର୍ମ

ପଶୁ ଠାରୁ ହେଲୁ ହୀନ ;;

ନୁହେଁ ତୁ ମଣିଷ ସମାଜେ କଳଙ୍କ

ଜୀବଜଗତ ରୁ ଭିନ୍ନ !!


ପିଲା ପରିବାର ନାହିଁ କି ତୋହର

ସମାଜ ରେ ନାହିଁ ଘର ;

କାମାନ୍ଧ ସାଜିଲୁ କଢ କୁ ଦଳିଲୁ

ଏକି ହୃଦୟରେ ତୋର !?!


ସଂସାର ବିଚାର ସତେ ଅଗୋଚର

ଜାଣେ ନାହିଁ ମୁଁ'ଯେ କିଛି ;;

ଢାଳି ଦେଲୁ ବିଷ କରିତୁ' ଦଂଶନ

ଯାଉଛି ମାଆକୁ ମୁର୍ଛୀ !!!


ଦୁନିଆଁ ଛାନିଆଁ ଲଗେଇଲୁ ନିଅାଁ

ଜଗତେ ପଡିଲା ହୁରି ;;

କୋଉ ଭରସାରେ କାହା ବିସ୍ଵାଶରେ

ଶିଶୁ ଟେ ଖେଳିବ ଧୂଳି !!!!


ତୋ'ର ପାପୀ ଆଖି ଆଉ ପଡିବକି ?

କଅଁଳ ବୟସୀ ଦେଖି ;;

ସେଥି ପାଇଁ ବୋଧେ ମନପାପ ଛୁଁଏ

ମାଆ ମନ ଯାଏ ଶୁଖି !!!


ତୋ' ନିଷ୍ଠୁର ହସ୍ତରେ ମୁଁ 'ରକ୍ତାତ ରେ

ସଂଜ୍ଞା ମୋ ଫେରିଲା ନାହିଁ ;

ଚିକିତ୍ସା ବ୍ୟବସ୍ଥା ରଖିଥିଲା ଆସ୍ଥା

ବଞ୍ଚିବି ବୋଲିରେ ମୁଁହିଁ ;;!!


ସବୁ ଆଶା ସ୍ୱପ୍ନ ହେଲା ଧୂଳିସାତ

ମାଆ ମୋକାନ୍ଦୁଛି କହି ;

କାହିଁଗଲୁ ମୋର ନିରିମାଖୀ ଫୁଲ

ଜୀବନ ହାରିବି ମୁହିଁ !!!


ମୁଁ 'ସିନା ଯାଇଛି ମାଆ କୋଳ ଛାଡ଼ି

ଯନ୍ତ୍ରଣା କଷଣ ଭୋଗି ;

ତୁଉ' ଝୁଲିବୁରେ ସର୍ବ ସମ୍ମୁଖରେ

ଫାଶିଖୁଂଟେ କାନ୍ଦି କାନ୍ଦି !!!


ସଦାନନ୍ଦ ସାହୁ ;

ଧୁରୁସିଆ ;

ଆଠଗଡ ; କଟକ ;

ଦୂରଭାଷ ନଂ-9777 36 11 78


Rate this content
Log in

Similar oriya poem from Tragedy