Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ବାଜପେୟୀ ତୁମେ କାଳଜୟୀ

ବାଜପେୟୀ ତୁମେ କାଳଜୟୀ

1 min
6.4K


ତୁମେ ଶ୍ରେଷ୍ଠ ହିନ୍ଦୁ ଜନ୍ମ କିନ୍ତୁ ଡିସେମ୍ବର ପଚିଶ- ଯୀଶୁଙ୍କ ପରି 

ଅସୀମ ଧୈର୍ଯ୍ୟ- କୃଶ ବିଦ୍ଧ ହୋଇବି ଶତ୍ରୁ ପାଇଁ କ୍ଷମାଟି ଆଚରି ।

କବି ନୁହେଁ ତୁମେ ବହ୍ନି ଶିଖା ଟିଏ- ଏତେ ଧୀର ଜ୍ଵାଳାମୁଖୀ ପୁଣି

ସାମ୍ବାଦିକ ବୃତ୍ତି ତବ ସାଲିସ ବିହୀନ ନିର୍ଭୀକ ସତ୍ୟଟି ବଖାଣି ।

'ବହ୍ମଂ ଜାନାତି ବ୍ରାହ୍ମଣ' ତୁମେ ତାହା ଜୀବନରେ କରିଛ ପ୍ରମାଣ

ପଡୋଶୀ ଶତ୍ରୁ ନୁହେଁ ଭାଇ- ତହିଁକି ବସ ଯାତ୍ରା କଲ ପାକିସ୍ଥାନ।

ଶାନ୍ତ ସରଳ ଚେହେରାରେ ଦୃଢ ମନା ବ୍ୟକ୍ତିତ୍ୱ ନେତୃତ୍ଵର ନମୁନା

ପୋଖରାନ୍ ପରୀକ୍ଷଣ କାରଗିଲ୍ ଜିତାଇଣ ପ୍ରମାଣିଲ ମହାମନା ।

ଦଳର ନେତା ନୁହେଁ ପ୍ରଧାନ ମନ୍ତ୍ରୀ ଦେଶର ନେତା- ତୁମଠି ସମ୍ଭବ

'ଛାଡ ସ୍ୱଧର୍ମ କର ରାଜଧର୍ମ' ଆଉ କିଏ ଅବା ଏପରି କହିବ!!

ସୁବର୍ଣ୍ଣ ଚତୁର୍ଭୁଜ ସାଥେ ନଦୀ ସଂଯୋଗ ମହାର୍ଗ ଯୋଜନା

ଦେଶର ପ୍ରକୃତ ବିକାଶ ପାଇଁ କଲ ଗ୍ରାମ ସଡକ ପରିକଳ୍ପନା ।

ହେ ମହାନାୟକ ଯୋଡି ଶ୍ରେଷ୍ଠ ହିନ୍ଦୁ ସାଥେ ସଚ୍ଚା ମୁସଲମାନ

ବାଜପେୟୀ କଲାମ ଯୁଗଳ ଦେଶ ପାଇଁ ମଣିକାଂଚନ ସମାନ ।

ଜୀବନୀ ତୁମର ଏକ ଖୋଲା ବହି ବହ୍ନି ଶିଖାଟିଏ ଦୁନିଆର

ଭୀଷ୍ମ ପିତାମହ ଏ ଦେଶର- କରି ନାହଁ ତୁମେ ପରିଗ୍ରହ ଦାର ।

ଦେଶର ମହୋତ୍ସବେ ତୁମକୁ ନେବା ପାଇଁ ଯମ ରାଜ ଡରିଗଲେ

ଅଗଷ୍ଟ ପନ୍ଦର ଛାଡି ସେଥିପାଇଁ କିବା ଷୋଳ ତାରିଖ ବାଛିଲେ !

ଅଟଳ ବିହାରୀ- ଜନ୍ମ ସିନା ମଧ୍ୟ ପ୍ରଦେଶରେ ତୁମେ ଭାରତ ଭାରତୀ

ବାଜପେୟୀ- ବାଜପକ୍ଷୀ ପରି ଲକ୍ଷ୍ଯ ସ୍ଥିର ଅତୁଳନୀୟ ଦେଶ ପ୍ରୀତି ।

ମହାତ୍ମା ଜୟ ପ୍ରକାଶଙ୍କ ପରେ ତୁମେ ହିଁ ଅପ୍ରତିଦ୍ଵନ୍ଦୀ ଜନନାୟକ

ଅଜାତ ଶତ୍ରୁ ମୃତ୍ୟୁଂଜୟ- ଦେଶର ପ୍ରଣତି ଘେନ ହେ ମହାନାୟକ।


Rate this content
Log in

Similar oriya poem from Inspirational