ଅଭଙ୍ଗା କ
ଅଭଙ୍ଗା କ
ମମତା ମଞ୍ଜରୀ ଦାସ
ତୋ' ସହ କଥା ହୁଏ ତୋ' ସହ ହସେ
ଯେତେ ତୁ' ଦୂରକୁ ଯାଉ ଯାଏ ତୋର ପାଶେ ।
ଚାନ୍ଦ ତାରା ଗହଣରେ ଦେଖେ ତୋର ଛବି
ଅତି କଷ୍ଟ ହୁଏ ଯେବେ ପକାଏ ମୁଁ କାନ୍ଦି ।
ତୋ' ପାଇଁ ବଞ୍ଚିଛି ମୁଁ ତୋ' ପାଇଁ ମରିବି
କହ କେଉଁ ପ୍ରକାରରେ ତୋ' ହାତ ଛାଡିବି ।
ତୁ' ପରା ଅଟୁ ମୋର ଅଭଙ୍ଗା କଣ୍ଢେଇ
ବିନା ଦୋଷେ ଚାଲି ଗଲୁ ମୋତେ ତୁ' ଭଣ୍ଡେଇ ।
ତୋ' ହାତ ଧରିଛି ବୋଲି ଅଛି ମୋ ଜୀବନ
ଛାଡି ଦେବି ଯଦି ତୋତେ ଚାଲି ଯିବ ପରାଣ ।
ମାଟିରୁ ଆକାଶ ପୁଣି ଆକାଶରୁ ମାଟ
ତୋ' ପାଇଁ ମୋ ଲେଖନୀ କରେ ନିତି ନୂଆ ନୂଆ ସୃଷ୍ଟି
ତୁ' ମୋର ଜୀବନ ତୁ' ମୋର ସ୍ପନ୍ଦନ
ଛାଡି ଦେବି ଯେବେ ହାତ ଚାଲିଯିବ ମୋ' ଜୀବନ ।
ଅଭଙ୍ଗା କଣ୍ଢେଇ ମୋର ଧରିଥା ତୁ' ମୋ ହାତ
ତୋ' ନିରୀହ ଚାହାଣୀ ମୋତେ ଦେଖାଉ ଥାଉ ପଥ ।