Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

1.5  

Binaya Bhusan Panigrahi

Others

ଇଏ ବୋଧେ ପ୍ରେମ

ଇଏ ବୋଧେ ପ୍ରେମ

1 min
1.4K



ସବୁବେଳେ ପ୍ରେମ କଥା

ଟିକେ ଟିକେରେ ଅଲଗା

ଦୁନିଆର ବାକି ସବୁଠାରୁ।


ଏଇ ଦେଖୁନ,

ମୁଁ ଟିକେ ହାରିଗଲି

ଆଉ ତମେ ଟିକେ ହାରିଗଲ,

ସେତିକିରେ ଜିତିଗଲା

ଆଗରୁ ଶହେବାର ହାରିଥିବା

ଦୁହିଁଙ୍କର ପ୍ରେମ।


କେବଳ ସେଇଥିପାଇଁ ତ

ପ୍ରେମରେ ଏମିତି ହୁଏ,

ଜିତିବାର ପଣ ଛାଡ଼ିଦେଇ

ଭଲଲାଗେ ହାରିବାର ହାତ ଧରିବାକୁ,

ଆପଣା ଲୋକର ସବୁ ଦୁର୍ଭାଗ୍ୟକୁ

ନିଜେ ଭୋଗିନେଇ

ଖୁସିରେ ଖୁସିରେ ବାଧ୍ୟକରି ଯାଚି ଦେବାପାଇଁ

ନିଜ କପାଳର ସବୁ ସୌଭାଗ୍ୟକୁ,

କପାଳ ରେଖାକୁ, ପୁରା କପାଳକୁ।


ଅବିଶ୍ୱାସ କରିବାର କିଛିନାହିଁ ପ୍ରିୟା,

ହାତମାରି ଦେଖ ମୋ'କପାଳେ,

ସୁଖ ଆଉ ସୌଭାଗ୍ୟର ଯେତେସବୁ ରେଖା

ସେ ସବୁରୁ ଗୋଟିଏ ବି ନୁହେଁ ମୋ'ନିଜର,

ଗୋଟିଗୋଟି ସବୁଥିରେ ତମରି ସ୍ଵାକ୍ଷର।


ଟିକେ ଆଉ ପାଖକୁ ଆସ,

ମୋ'ଆଖିରେ ଆଖିରଖି ଦେଖ ତମ କପାଳକୁ,

ଏ ଯେଉଁ ଅଦିନ ମେଘ

ଶ୍ରାବଣ ସାଜିଛି ତମ ଦି'ଆଖି କୋଣରେ

ସେସବୁ ଜମାଟ ବନ୍ଧା ବରଫ ଥିଲା

ମୋ'କପାଳର ଉଭୟ ମେରୁରେ।


ହଁ, ଆଉଗୋଟେ କଥା ପଚାରିବି,

କୁହ ତ କାହିଁକି,

ଏକାଏକା ଭୋଗି ପାରେନା ମୁଁ

ତମେ ମୋତେ ତୋଳି ଦେଇଥିବା,

ଜୋରକରି ମୋ କପାଳେ ବୋଳିଦେଇଥିବା

ତମର ସେ ସବୁତକ ଆଛାଖାସା ଭାଗ୍ୟ ?

ଯକ୍ଷ ପରି ସେସବୁକୁ ସାଇତି ସେମିତି

କାହିଁକି ମୁଁ ଭାଗ ମାଗେ ତମ ଶ୍ରାବଣରୁ ??

===©===

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର

ଭଦ୍ରକ-୭୫୬୧୩୧,ଓଡିଶା

୯୯୩୭୫୪୮୪୩୧

୯୪୩୮୬୭୦୧୨୦


Rate this content
Log in