Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Fantasy

5.0  

Bauribandhu Lenka

Fantasy

ସପନ ବଣିକ

ସପନ ବଣିକ

1 min
6.7K


ମନର ନଉକା ମୋର

ସପନ ସମ୍ଭାର ନେଇ

ଭାସୁଥିଲା ତୁମ ହୃଦୟ ସାଗରେ

ସପନ ବିକିବା ପାଇଁ I1I

ଆଲୋକ ବର୍ତ୍ତିକା ସମ

ତୁମ ଆଖିର ଇଶାରା

ବାଟ କଢାଇଲା ମଝି ଦରିଆରୁ

ହୋଇନି ମୁଁ ଦିଗହରା I2I

ଅଶାନ୍ତ ଉଚ୍ଚ ତରଙ୍ଗ

ଝଡ କି ଅବା ବତାସ

ରୋକି ନାହିଁ ପଥ ପହଞ୍ଚିଛି କୂଳେ

ଥିବାରୁ ଆତ୍ମ ବିଶ୍ୱାସ I3I

ସଜାଇ ଦେଇଛି କୂଳେ

ସପନ ପସରା ମୋର

ସୁନେଲି ରୂପେଲି ଆବରଣ ତଳେ

କେତେ ଯେ ସ୍ୱପ୍ନ ସମ୍ଭାର I4I

ତୁମ ବାଟ ଚାହିଁ ଆଜି

ବସିଛି ସାଗର ତୀରେ

ଆସିବ ପରଖି ସପନ କିଣିବ

ଫେରିଯିବ ନିଜ ଘରେ I5I

ଭାବୁଥିଲି ମନେ ମନେ

ଆସି ନିତି ପ୍ରତିଦିନ

ସପନ ସଉଦା କରିବ ଦେଖି ମୋ

ଖୁସୀ ହେଉଥିବ ମନ I6I

ପ୍ରତୀକ୍ଷାର ହେଲା ଅନ୍ତ

ଆସିଲ ତ ଏକା ଏକା

ମୋ ମନ ନଉକା ପୁରା କିଣିନେଲ

ସପନ ସରିଲା ବିକା I7I

******


Rate this content
Log in

Similar oriya poem from Fantasy