ମାଆ
ମାଆ
ମୋ ମାଆ ଅଶିକ୍ଷିତ ହେଲେ ବି
ତା ବୁଦ୍ଧିକୁ ନୁହଁ କିଏ ସରି
ନିଜେ ଲୁହ ପିଇ ସଭିଙ୍କୁ ହସାଏ
ପେଟରେ ଓଦାକନା ପକାଈ
ଶ୍ରଦ୍ଧାରେ ସଭିଙ୍କୁ ପରଷେ
ସିଏ ମୋ ପାଗିଳି ମାଆ ॥
ନୁଆ ଲୁଗା ଖଣ୍ଡେ କେବେ କିଣିନି
ଅନ୍ୟକୁ ପିନ୍ଧାଇବା କିନ୍ତୁ ଭୁଲିନି
ଦିନ ରାତି ଏକ କରି ଅଳସ ନିଏନି
କାମ କରି କରି ଥକିଯାଏ ହେଲେ
କାହାକୁ କେବେ ସେ କହିନି
ସିଏ ମୋ ପାଗିଳି ମାଆ ॥
ସେ ଛନ୍ଦ କି କପଟ ଜାଣିନି
ଶାଶୁ ନଣନ୍ଦର କଥା ଧରେନି
ଜାଆଙ୍କୁ ଅସମ୍ମାନ କରିନି
ଭୋକରେ କାହାକୁ ଛାଡେନି
ସିଏ ମୋ ପାଗିଳି ମାଆ ॥
ହଁ ରେ ହଁ ନିତି ନିତି କରିଛି
ଜଂଜାଳ ବୋଲି କଦା କହିନି
କାହାକୁ ଅମାନ୍ୟ ବି କରିନି
ଶୋଈବାକୁ ଧ୍ୟାନ ଦେଈନି
ସିଏ ମୋ ପାଗିଳି ମାଆ ॥
ଗୋ ସେବା ଠାରୁ ବୄକ୍ଷସେବା
କାହାରିକୁ ଘୄଣା କେବେ କରିନି
ସକଳ ତୀର୍ଥ ସେବା କୁ ମଣି
ଘର କେବେ ସିଏ ଛାଡିନି
ସିଏ ମୋ ପାଗିଳି ମାଆ ।
ଅସୁସ୍ଥ ଥିଲେ ବି ଅଭିନୟ କରେ
ସତେ ଯେପରି ସେ ହସ୍ତିନୀ
ପର୍ବପର୍ବାଣୀରେ ପିଠା ଖୁଆଈବା
ଆଜିଯାଏଁ ସିଏ ଭୂଲିନି
ସିଏ ମୋ ପ୍ରାଣ ପ୍ରେରଣା
ସିଏ ମୋ ପାଗିଳି ମାଆ ॥