Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Fantasy Inspirational Others

3  

Geeta Sarangi

Fantasy Inspirational Others

ଜୀବନ ଗୀତା-୨୮୪

ଜୀବନ ଗୀତା-୨୮୪

1 min
327


ଏ ଜୀବନ ନୁହେଁ ବାର ବିଳାସର

କଏଦୀଖାନା

ଜୀବନ ତ ଅଟେ ଲକ୍ଷ୍ୟ ସଂଧାନର

ଯେତେ ସାଧନା ॥୦॥

ଲକ୍ଷ୍ୟର ସଂଧାନେ ଚାଲିଥାଏ ଯିଏ

ବିଳାସ ତା' ପାଇଁ କି ମୂଲ୍ୟହୀନ

ବିଳାସ ବ୍ୟସନେ ବିତାଏ ଯେ କାଳ

ମହଙ୍ଗା ତାପାଇଁ ହୁଏ ଜୀବନ

ନିଜହାତେ ସିଏ ଖୋଳିଥାଏ ନିଜ

କବରଖାନା ॥୧॥

ଧନ ସଂପତ୍ତିର ପ୍ରାଚୂର୍ଯ୍ୟ ଭିତରେ

ସୁଖ ସରାଗ ସେ ହଜାଇ ଦିଏ

ହାଟରେ ହଜାଇ ବାଟରେ ଖୋଜିଲେ

ପାଇବ କେମିତି ତାକୁବା ସିଏ

ଦୁନିଆ ଆଗରେ ସୁଖେ ଅଛି ବୋଲି

କରେ ବାହାନା ॥୨॥


Rate this content
Log in

Similar oriya poem from Fantasy