Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

3  

Prasant Kumar Nath

Others

ଭାରତ ମାତା କି ଜୟ

ଭାରତ ମାତା କି ଜୟ

1 min
443



ହିନ୍ଦୁ ଖ୍ରୀଷ୍ଟିୟାନ ଶିଖ ମୁସଲମାନ

ଭାଇ ଭାଇ ସବୁ ଅଟନ୍ତି

ଭାରତ ମାତାର ସନ୍ତାନ ସଭିଏଁ

ଗୋଟିଏ ଜାଗାରେ ଭେଟନ୍ତି ।


ଯାହାର ଦେହକୁ କାଟିଦେଲେ ତୁମେ

ନାଲିଆ ରକତ ବୋହିବ

ଭେଦ ଭାବ ତୁମେ ରଖିଥିଲେ ମନେ

କି ଲାଭ ସେଥିରୁ ପାଇବ ।


ସବୁରି ଧର୍ମର ସମନ୍ୱୟ ପରା

ଏଇମୋ ଭାରତ ବର୍ଷରେ

ସେଥିପାଇଁ ପରା ମୋଦେଶ ଭାରତ

ରହିଅଛି ସଦା ଶୀର୍ଷରେ ।


ସଭିଏଁ ପିଅନ୍ତି ଏକା ନଦୀ ପାଣି

ଚାଲନ୍ତି ଗୋଟିଏ ରାସ୍ତାରେ

ଦୋକାନରୁ ଯେଉଁ ଜିନିଷ କିଣନ୍ତି

ସିଏ ଥାଏ ଗୋଟେ ବସ୍ତାରେ ।


ଯେଉଁ ଠାକୁରଙ୍କୁ ପୂଜା କରୁ ଯିଏ

ଭକ୍ତି ଥାଉ ମନ ଭିତରେ

ଭାରତ ମାତାକି ଜୟ ବୋଲି ସବୁ

କହି ଦେଉଥାନ୍ତୁ ଦମ୍ଭରେ ।


Rate this content
Log in