Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Fantasy

5.0  

PRABINA KU, KHADANGA

Fantasy

ସୂର୍ଯ୍ୟ କାହାର

ସୂର୍ଯ୍ୟ କାହାର

1 min
425


ପୂରୁବ ଦିଗରୁ ସୁରୁଜ ଉଇଁଲେ

ପୂର୍ବ ରାଜ୍ୟ କହେ ସୂର୍ଯ୍ୟ ମୋର

ପଶ୍ଚିମ ଦିଗରେ ଅସ୍ତଗାମି ସୂର୍ଯ୍ୟ

ବାଦ କରେ ପଶ୍ଚିମ ସୂର୍ଯ୍ୟ ତାହାର 

କୁହ ତେବେ ସୂର୍ଯ୍ୟ ହେବେ କାହାର ?


ସୂର୍ଯ୍ୟ ଯେ ସୃଷ୍ଟି ବିନାଶ ଅଧୀଶ୍ଵର

ବିଶ୍ଵବାସି ଚିନ୍ତନ୍ତି ସୂର୍ଯ୍ୟ ଅଟନ୍ତି ତାଙ୍କର

ଦେବଦେବୀ ପୂଜା ଅର୍ଚ୍ଚନା କରନ୍ତି ପୁଣି ଅପାର

ତେବେ କୁହ ସୂର୍ଯ୍ୟ ହୋଇବେ କାହାର ?


ପଦ୍ମ କହେ ସୂର୍ଯ୍ୟଙ୍କ ବିନା ଉତ୍ପତ୍ତି

ହୋଇପାରିବ ନାହିଁ ମୋହର

ଦିନ କହେ ଆଲୋକିତ ହୋଇ କି ପାରିବ

ସୂର୍ଯ୍ୟଙ୍କ ବିନା ଜଗତର 

ତେବେ ସୂର୍ଯ୍ୟ ହେବେ କୁହ କାହାର ?


ଗଙ୍ଗଶିଉଳି କହିଉଠେ ପୁଣି ଶୁଣ ଥରେ 

ଏକମାତ୍ର ଗୁହାରି ମୋହର

ଝଡିଯାଏ ମୁହିଁ ମୋ ପ୍ରଭୁଙ୍କ ସକାଶେ

ହୁଏ ନାହିଁ ଜମା ମୁଁ କାତର

କୁହ ତେବେ ସୂର୍ଯ୍ୟ ହେବେ ପୁଣି କାହାର ?

ସୂର୍ଯ୍ୟ ଯେ ଅଟନ୍ତି ସକଳ ଶକ୍ତିର ଆଧାର

ମାନବ ଠାରୁ ଆରମ୍ଭ ହୋଇ ଦେବତା ମଧ୍ୟର

ଗଛଲତା ପୁଣି କୀଟପତଙ୍ଗ ସମସ୍ତ ଜୀବ ନିର୍ଜୀବଙ୍କର

ସୂର୍ଯ୍ୟ ଯେ ସମସ୍ତଙ୍କର ।


Rate this content
Log in

Similar oriya poem from Fantasy