Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଆସ ମାତା ବୁଦ୍ଧିଦାତ୍ରୀ

ଆସ ମାତା ବୁଦ୍ଧିଦାତ୍ରୀ

1 min
202


ଆସ ମାତା ବୁଦ୍ଧିଦାତ୍ରୀ ବରଦା ବନ୍ଦିତା

ଆସ ଗୋ ସାରଦା ସୀତା ବସ୍ତ୍ର ପରିହିତା

ଆକରା କରୁଛି ଶିକ୍ଷା ଜଗତେ ଅହିତା

ଆସ ଧରା ପୃଷ୍ଠରେ ଆଦି ମାତା ବାକ୍ୟଦାତା ।

ଆଶିଷ ଦିଅଗୋ ଦେବୀ ସକଳେ ବିଦ୍ୟାରେ

ଆଜି ଶୁକ୍ଳ ପଞ୍ଚମୀରେ ପ୍ରଣତି ପ୍ରସାରେ

ଆବେଦକ ଆମେ ସବୁ ଆବେଗ ତୋଠାରେ

ଆବେଦନ ପୂର୍ଣ ହେବ ଅଛୁ ଭରସାରେ ।

ଆଭରଣ ହସ୍ତେ ଯାର ବିକାର ଝଙ୍କାର

ଆନନ୍ଦର ହର୍ଷ ଦିଏ କଜ୍ଳଳର ଧାର

ଆରତ୍ରିକ କରେ ଯିଏ ନତକରି ଶିର

ଆପ୍ତକାମ ହୁଏ ସିଏ ନମି ତୋ ପୟର ।

ଘେନ ନମସ୍କାର ଆମ ଭକ୍ତି ଶ୍ରଦ୍ଧାଞ୍ଜଳି

ଆଶାର ଆଲୋକ ତୁମେ ବିଷ୍ଣୁଙ୍କ ମଞ୍ଜଳୀ

ଆବିର୍ଭାବେ ପ୍ରଜାପତି ପୁତ୍ରୀ ଗୁଣଶାଳୀ

ଆସର ରସରେ କଳା ସଙ୍ଗୀତ କାକଳୀ ।

ଆଦରିଣୀ ଭାରତୀଗୋ ବରଦା ବନ୍ଦିତା

ଆଦିକର୍ତ୍ତା ଆଶଂସାରେ ପୁସ୍ତକେ ସଜ୍ଜିତା

ଆଦିକାଳୁ ବାଣୀକଣ୍ଠ ବୋଲି ବିରାଜିତା

ଆଦିକାଳୁ ତୁହି ଏକା ବିଦ୍ୟାବୁଦ୍ଧି ଦାତା ।

ଜୟ ଜୟ ବୀଣାଦେବୀ ପୁଯ୍ତକେ ରଞ୍ଜିତା

ଜୟ ମାତା ବୁଦ୍ଧିଦାତ୍ରୀ ବରଦା ବନ୍ଦିତା ।


ପ୍ରଶାନ୍ତ କୁମାର ହୋତା


Rate this content
Log in