Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lavanya Nayak

Others

2  

Lavanya Nayak

Others

ତୋ' ପାଇଁ ସାଥିରେ

ତୋ' ପାଇଁ ସାଥିରେ

1 min
6.8K


ତୋ' ପାଇଁ ସାଥିରେ ....

ଲେଖିଦେଲି ମୋ ଛାତିରେ ।

ତୋ ନାଆଁ ରେ ମୋ ନାଆଁକୁ

ଭାବ ଗୀତିରେ ....।।

ତୁ କହିଲୁ ବୋଲି

ମନକୁ ମୋ 'କଲମ କଲି,

ଶିରା ଆଉ ଧମନୀର

ରକତକୁ କରିଛି କାଳି ।

ରାଗରୁଷା ,

ଅଭିମାନ

ଗାଳି ନିନ୍ଦା

ଅପମାନ ;

ଜୀବନ ଜୁଇରେ ଏଠି

ଜାଳୁଛି ନିତି ।। 1 ।।

ତୋତେ'ଖୋଜି ଖୋଜି

ନିଜକୁ ମୁଁ ଖୋଜିପାଇଲି ,

ରାତି ଆଉ ସାରା ଦିନ

ତୋ'ପୂଜାର ହେଲି ପୂଜାରୀ।

ଜପ ତପ

ଦାନ ଧ୍ୟାନ

ଗତି ମୁକ୍ତି

ସେବାପୁଣ୍ୟ

ସବୁ ତୋ ନାଆଁରେ ସାଥି

ଦେଲି ସାଇତି ।।2।।    


Rate this content
Log in