Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

2  

Dambarudhar Bag

Others

ହେ ଈଶ୍ବର

ହେ ଈଶ୍ବର

1 min
1.6K


ଦ୍ବାପର ଗଲା ତ୍ରେତୟା ଗଲା

ଗଲାପୁଣି ସତ୍ଯ ଯୁଗ ।

ଆସିଲା କଳି କରୁଅଛି ଅଳି

ଶୁଣ ଆହେ ମହାଭାଗ ।

କେଉଁ ଯୁଗେ ସ୍ତ୍ରୀ ପାଇଛି ସମ୍ମାନ

କହ ଆହେ ଲୀଳମୟ।

ଏତ କଳି ଯୁଗ କହିବି ମୁଁ କିସ

ଚତୁର୍ଦ୍ଦିଗ ମାୟମୟ।

ନାରୀ ଆଜି ହୁଏ ଏଠି ବି ଲାଞ୍ଛିତା

ଭୋଗେ ନାନା ଅତ୍ୟାଚାର ।

ଧର୍ଷିତା ଲୁଣ୍ଠିତା ହୋଇ ସିଏ ପୁଣି

ହୁଏ ହତ୍ଯାର ଶିକାର ।

ପାଏ ନାହିଁ ନ୍ୟାୟ ନ୍ୟାୟାଳୟେ ସିଏ

ଘୁରିବୁଲେ ସମାଜରେ ।

ସମ୍ମାନ ର ସହ ବଞ୍ଚିବାର ଆଶେ

ନ୍ୟାୟ ଖୋଜେ ନିରନ୍ତରେ ।

ଦିବା ଦ୍ବିପ୍ରହରେ ଦୋଷୀ ବୁଲୁଥାଏ

ନିର୍ଭୟରେ ଛାତି ଟେକି ।

ଅରଣ୍ୟ ରୋଦନ ସଭିଏ କରନ୍ତି

ସମୟଟା ତା'ର ସାକ୍ଷୀ ।

ଲୋଭ ମୋହ ମାୟା ମିଛର ସଂସାରେ

କିଏ ବା ଏଠି କାହାର ।

ନାରୀ ଏଠି ହୁଏ ଭୋଗର ବସ୍ତୁଟେ

କଳୁଷିତ ଏ ସଂସାର।।

ଯେତେ ଦିନ ଥିବ ହୃଦୟରେ ପାପ

ମିଳିବନି କେବେ ନ୍ୟାୟ।

ସସ୍ମିତା ଭଳି ନୀରିହ ବାଳିକା

ହେଉଥିବେ ଅସହାୟ ।।

କେତେ ପାପୀଛନ୍ତିି ଆମ ଏ ସଂସାରେ

ନର୍କ ଗାମୀ ହୁଅନ୍ତୁ ସର୍ବେ ।।

ଅଧୋଃଗତି ହେଉ ତାଙ୍କରି ଜୀବନୀ

ସାଧୁ ଫୁଲି ଉଠୁ ଗର୍ବେ ।

ଦିଅ ସମସ୍ତଙ୍କୁ ସୁବୁଦ୍ଧି ସୁଜ୍ଞାନ

ବଦଳି ଯାଉ ସଂସାର ।।

ନାରୀ ଚାଲୁ ରାସ୍ତା ନିର୍ଭୟେ ନିଃର୍ଜ୍ଜନେ

ନ ହେଉ ତାହାର କ୍ଷୟ।

ତେବେ ସେ ହୋଇବ ସତ୍ଯ ର ସ୍ଥାପନା

ତୁମର ବି ହେଉ ଜୟ ।

ଏତିକି ପ୍ରାର୍ଥନା ତୁମ୍ଭରି ଚରଣେ

କରୁଅଛି ମହାବାହୁ ।।

ସତ୍ଯ ପଥେ ଧର୍ମ ପଥରେ ସଭିଙ୍କୁ

ସର୍ବଦା ନେବାର ହେଉ


**************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

ଫୋନ ନମ୍ବର ୯୧୭୮୨୨୫୭୬୪



Rate this content
Log in