Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ବିଶ୍ୱାସ

ବିଶ୍ୱାସ

1 min
283


ତୁମେ ଘୁଞ୍ଚି ଆସ

ନଈ ପାଣିରେ ପହଁରୁଛି ଜହ୍ନ,

ଜ୍ୟୋସ୍ନା ରେ ଭିଜି ଭିଜି

ଫୁଲିଲାଣି ନଈ

ଛୁଇଁବାକୁ ଦୁଇକୂଳ

ବାଲି ପଠାକୁ ଧସେଇ |


ବତୁରିଯିବ ଜହ୍ନ ରାତି

ତୁମେ ଖୋଲ ଆଖି,

ଆହୁରି ପାଖେଇ ଆସ

ଦେଖ! ତୁମ ମୁହଁ ପହଁରୁଛି

ମୋ ଆଖିରେ

ଜହ୍ନଟିଏ ହୋଇ,

ଆଖି ମୋର ନଈ

ଲୁହ ତାର ପାଣି

ସେ ଲୁହରେ ଖେଳୁଥା

ଆଖି ପତା ଛୁଇଁ ଛୁଇଁ |


ତୁ କେବେ ଜହ୍ନଟିଏ

ମନ ଆକାଶରେ

ଦୀପଟିଏ ସଞ୍ଜ ଅନ୍ଧାରରେ,

ଆମେ ଦୁହେଁ ଜହ୍ନ ଆଉ ମନ

ଗୋଟିଏ ତୁଳିର,

ତାଜମହଲ ର ଭାବନାରେ

ମୁଁ ସାହାଜାହାନ

ହଜାରେ ବିଶ୍ୱାସର |

*****************

ଡଃ ଶଶୀ ଭୂଷଣ ମହାପାତ୍ର



Rate this content
Log in