Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

5  

Prasanna Kumar Madala

Others

ମେଘନାଦ

ମେଘନାଦ

2 mins
20K


ମେଘନାଦ
ଶାଖୀର ଶାଖାରୁ ଶିଖୀ     ଶିଖରୀ ଶିଖରୁ ଶଙ୍କି
       ଚଞ୍ଚଳା ଚଳ ଚଡ଼କେ ଚମକି ଚେତି,
ଘାରଇ ଘରଣୀ ଘ୍ରାଣେ     ଘୂର୍ଣ୍ଣଇ ଘନ ଘର୍ଷଣେ 
       ବୀକ୍ଷଣେ ବାରି ବିହରି ବନ ବ୍ରତତି,
    କୂଜନ କଲ୍ଲୋଳେ କାକୁତି,
       କମନୀୟ କୁଞ୍ଜବନ କ୍ରମେ କମ୍ପନ୍ତି ।

କେୟୂର କଳାପେ କଳି  କନ୍ଦରେ କେଳି କାକଳି
        ମୟୂର ମେଘ ମହ୍ଲାରେ ମାତି ମଗନ,
ଗୁଚ୍ଛିତ ଗୁଣ୍ଠନେ ଗୁଣ       ଗ୍ରୀବା ଗରିମା ଗଢ଼ଣ
      ପ୍ରେୟସୀ ପ୍ରତ୍ୟନ୍ତେ ପ୍ରୀତି ପ୍ରତୀକ୍ଷମାଣ,
        ପ୍ରତିଭାତ ପ୍ରତିଭା ପୁଣ,
      ରଙ୍ଗିଣୀ ରଞ୍ଜନେ ରଚେ ରତିରମଣ ।

ଝିପିଝିପି ଝର ଝରେ    ଝାଡ଼ରେ ଝିଙ୍କାରି ଝୁରେ
    ଜ୍ୟେଷ୍ଠାନ୍ତେ ଜୀମୂତ ଜଳେ ଜାଗଇ ଜୀବ,
ମଣ୍ଡୁକେ ମିଳନେ ମତ୍ତ        ମର୍ମର ଧ୍ୱନି ମଜ୍ଜିତ
       ପୟସ ପ୍ଳାବନେ ପ୍ରୀତ ପ୍ରତି ପଲ୍ଲବ,
       ସବୁଜ ସମ୍ବଳେ ସମ୍ଭବ,
      ବିପିନ ବୁକେ ବିନ୍ୟସ୍ତ ବିଧୁ ବିଭବ ।

ଆଷାଢ଼ର ଆଗମନେ   ଆମୋଦିତ ଆଶ୍ୱାସନେ
       ତପତ ତନୁ ତଳପେ ତିତିଭ ତୋଷ,
ପାବନ ପାଣି ପରଶେ   ପ୍ରବେଶି ପାଦପ ପାଶେ
      ଅସରା ଆବେଗେ ଆଜି ଆଶୁ ଆଶ୍ୱାସ,
      ଆଲମ୍ବ ଆସନ୍ନ ଆୟୁଷ,
      ଭାବରେ ଭିଜି ଭାଳଇ ଭଗ୍ନ ଭବିଷ୍ୟ ।

ରଜେ ରସା ରଜସ୍ୱଳା     ରମଣୀୟା ରସୋଜ୍ଜ୍ୱଳା
    ପୟୋଦ ପାଦ୍ୟେ ପୃଥିବୀ ପାବନୀ ପରା,
ଶବଳ ଶସ୍ୟ ଶ୍ୟାମଳା     ଶାଦ୍ୱଳ ଶଇଳମାଳା
    ଶୀତଳ ଶୀକରେ ଶୋଭା ଶିଳୀନ୍ଧ୍ର ଶିରା,
            ବିବିଧ ବିଶ୍ରମ୍ଭେ ବିଭୋରା,
     ମେଘନାଦେ ମହାମାୟା ମହୀ ମଧୁରା ।

              ପ୍ରସନ୍ନ କୁମାର ମାଦଳା

(ଶବ୍ଦାର୍ଥ --  ଶାଖୀ -  ବୃକ୍ଷ , ଶିଖମୟୁର-  , ଶିଖରୀ- ପର୍ବତ ,ଶଙ୍କି –ଆଶଙ୍କା କରି , ଘନ- ମେଘ, ଚଞ୍ଚଳା ବିଜୁଳି - , ଚଡ଼କ ବଜ୍ରପାତ- , ଚେତି ଚେତନା ପାଇ - , ଘାରଇ - ଚିନ୍ତା କରଇ , ବୀକ୍ଷଣେ ଦେଖିବାରେ- , ବ୍ରତତି- ଲତା , କାକୁତି ଅନୁନୟ- , କେୟୁର - ବାହୁ ବା ପକ୍ଷ, କନ୍ଦରେ ପର୍ବତ ଉପତ୍ୟକାରେ- , କଳାପ ମୟୁର ପୁଚ୍ଛ- , କନ୍ଦର ପର୍ବତ ଗୁହା- , ଗୁଣ୍ଠନ- ଓଢଣୀ, ପ୍ରତ୍ୟନ୍ତେ- ନିକଟବର୍ତ୍ତୀ ହୁଅନ୍ତେ , ପ୍ରତୀକ୍ଷମାଣ – ଦୃଷ୍ଟି ଗୋଚର ,
ପ୍ରତିଭାତ - ପ୍ରକାଶିତ , ରଞ୍ଜନବିନୋଦ- , ଝାଡରେ ବୁଦାରେ- , ମର୍ମର – କର୍କଶ ଧ୍ୱନି, ତିତିଭ - ସାଧବ ପୋକ , ବିପିନ - ବନ , ବିଧୁ - ଚନ୍ଦ୍ର , ବିଭବ - ସମ୍ବଳ , ପାବନ - ପବିତ୍ର , ପାଦପ - ବୃକ୍ଷ ,ଆଲମ୍ବ - ଅବଲମ୍ବନ , ରସା - ଧରା , ପୟୋଦ - ମେଘ ,ପାଦ୍ୟଜଳ ପାଦ ଧୋଇବା-  , ପାବନୀ - ପବିତ୍ରା , ଶବଳ - ବହୁ ବର୍ଣ୍ଣୀ , ଶାଦ୍ୱଳ - ତୃଣ ଆଚ୍ଛାଦିତ , ଶୀକର - ଜଳ ବିନ୍ଦୁ , ଶିଳୀନ୍ଧ୍ର - ଛତୁ ଜାତୀୟ ଗୁଳ୍ମ , ବିଶ୍ରମ୍ଭ – ପ୍ରଣୟ କେଳି)

 


Rate this content
Log in