Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dipti lekha Mishra

Inspirational

5.0  

Dipti lekha Mishra

Inspirational

ମମତାମୟୀ ମାଆ

ମମତାମୟୀ ମାଆ

1 min
179


ମୁଁ ଆଜି ଗର୍ବିତ ଲୋ ବୋଉ

ତୋ କୋଳେ ଜନମ ଲଭିଛି

ତୋ ଠାରୁ ସ୍ନେହ ଆଦର ପାଇ

ସବୁ କୌଶଳ ଆଜି ଶିଖିଛି ।


ଜନ୍ମ ଦେବାଠାରୁ ଆଜିଯାଏଁ

ମୋ ପାଇଁ ସଂଘର୍ଷ କରିଛୁ

ପ୍ରତିଟି ମୁହୁର୍ତ୍ତରେ ମୋ ପାଇଁ

ତିଳ ତିଳ ହୋଇ ଜଳିଛୁ ।


ଧନ୍ୟ ତୋର ଅମାପ ବଳକୁ

ଦିନସାରା ଖଟି ଥକିନୁ କେବେ

ନିଜ ସନ୍ତାନ କଥା ବୁଝିବାକୁ

ଦୁଃଖକୁ ବି ଭୁଲଯାଉଛୁ ଏବେ ॥


ତୋ ଶିକ୍ଷା ,ସଂସ୍କାର ଅଟେ ପବିତ୍ର

ଗଙ୍ଗା ଯମୁନା ନୀର ଭଳି

ତୋ ମନର ସୁନ୍ଦରତା ହୄୄୄୄଦୟର ସ୍ନେହ

ଅଟେ ବିଶାଳ ସମୁଦ୍ର ଭଳି ॥


ତୋ ପରି ମମତାମୟୀ ମାଆ

ପାଇ ଛାତି ମୋର କୁଣ୍ଢେମୋଟ

ବଡ ହେଇ ଆଜି ବିଭା ବି ହେଲିଣି

ତଥାପି ତୋ ଆଖିରେ ମୁଁ ଛୋଟ ॥


ବିପଦ ଆପଦ କରିବାକୁ ସାମ୍ନା

ଦେଈଛୁ ତୁ ନାନା ପ୍ରଶିକ୍ଷଣ

ଭୁଲିବିନି ବୋଉ ତୋର ସେ କଥା

ତୋ ପାଈଁ ଧନ୍ୟ ଏ ଜୀବନ ॥


ଋଣ ତୋର ଶୁଝିପାରିବି ନାହିଁଲୋ

ଏକଥା ମନେ ମୋ ଅଛି

ତଥାପି କଥା ଦେଉଛି ଆଜିଲୋ

ତୋ ପାଇଁ ତ ମୁଁ ବଂଚିଛି ॥


Rate this content
Log in