Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Laxminarayan Pattanaik

Abstract

2  

Laxminarayan Pattanaik

Abstract

ହୃତ ଗୌରବ

ହୃତ ଗୌରବ

1 min
6.4K


ଖୋଜୁଛି ଆଜି ମୁଁ ହୃତ ଗୌରବକୁ
ଉତ୍କଳର ଇତିହାସ,
ସାଧବ ପୁଅର ବୋଇତ ଯାତରା
ବାଲି ଅବା ବ୍ରହ୍ମଦେଶ ॥
ଧର୍ମପଦ ଦିନେ ମାରିଥିଲା ମୁଣ୍ଡି
ଅଟେ ଉତ୍କଳ ସନ୍ତାନ,
କଳା ଚାତୁରୀରେ କୋଣାରକ ଗଢି
ରଖିଲା ଜାତିର ମାନ ॥
ପଛଘୁଞ୍ଚା ନାହିଁ ବୀରର ଜାତକେ
ପାଇକ ପୁଅର ବାଣୀ,
ସ୍ଵାଧୀନ ରଖିଲା ଖୋରଧା ମାଟିକୁ
ଜୀବ ଥିବା ଯାଏଁ ଜିଣି ॥
ଉତ୍କଳ ସଂସ୍କୃତି ପ୍ରଥା ପରମ୍ପରା
ବିରଳ ତା’ ଇତିହାସ,
ବିଶ୍ଵ ଦରବାରେ ସ୍ଵତନ୍ତ୍ର ଆସନେ
ଝୁରେ ତାକୁ ସବୁ ଦେଶ ॥


Rate this content
Log in