Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ଏକା ଏକା ଲାଗେ

ଏକା ଏକା ଲାଗେ

1 min
6.9K


ସବୁଥାଇ ନଥିଲା ପରି ଲାଗେ ମତେ

ତୁମେ ଅଛ ଜଳ ସ୍ଥଳ ମରୁତ ଅଛି

ତା ସହିତ ଆକାଶ ଅଗ୍ନି ସୂର୍ଯ୍ୟ ଅଛନ୍ତି

ଚନ୍ଦ୍ରର ଜୋଛନା ବି ଅଛି

କାହିଁକି କେଜାଣି ଏକା ଏକା ଲାଗେ ।

ତାରିଖ ବଦଳାଉଥିବା ସମୟ

ଅମା ଅନ୍ଧାର ରାତି

କଅଁଳିଆ ସପନ ନାଉଛି

ଫଟା ଗୋଡେ ଅଳତା

ଶୀତ ରାତିର ତାତି

କୁଆଁରୀ ମନର ଭୀତି ସବୁଅଛି

ହେଲେ କାହିଁକି ଏକା ଏକା ଲାଗେ ।

ସାପ ନେଉଳର ଖେଳ

ଅଦିନିଆଁ ବର୍ଷା ଝଡ

ଧକଧକ ଛାତି ତଳ

ସଂଜ ନଇଁବାର ବେଳ

ନିଦ ଭିଜା ଆଖିପତା

ତୁଳସୀ ବଣର ବାଘ

ଦାନ୍ତ ନଥିବା ସିଂହ

ଦେହର କାମନା ମୋହ

ସଂଚରେଇ ଯାଏ ପ୍ରାଣ

ସବୁତ ଅଛି

ହେଲେ କାହିଁକି ଏକା ଏକା ଲାଗେ ମୋତେ,

ଏକା ଏକା ଲାଗେ ।


Rate this content
Log in