ଭକତି ଲୁହ
ଭକତି ଲୁହ
1 min
6.7K
ଖାଲି ହାତେ କେହି ତୁମରି ଦୁଆରୁ
ଯାଇନାହିଁ କେବେ ଫେରି
ଏତେ ବଡ ସତ୍ୟ ବିଶ୍ଵାସ ହୁଏନି
ମନ ଆମର ଏପରି
ବିଶ୍ଵ ବ୍ରହ୍ମାଣ୍ଡର ଯିଏ ଅଧୀଶ୍ଵର
ଯା ପାଖେ ସବୁ ବିଭବ
କାହା ପାଇଁ ସିଏ ଏ ସବୁ ରଖିଛି
କାହାକୁ ସେ ଅବା ଦେବ?
ଦେବା ନେବା ଯଦି ବିଶ୍ଵର ନିୟମ
ଦେବାକୁ ତ କିଛି ହେବ
ମାଗିବାକୁ ଯଦି ଇଚ୍ଛା କରୁଅଛ
ଦେବା କଥା କିଛି ଭାବ
ଭକତି ଚିତ୍ତରେ ଆଖି ଲୁହ ଦେଇ
ପାଦ ତାର ଧୋଇ ଦିଅ
ଏତିକି ମାତର ଦେଇଦିଅ ତାକୁ
ମନ ଇଚ୍ଛା ମାଗିନିଅ
ଚିତ୍ତରଞ୍ଜନ ଲେଙ୍କା,କଟକ