Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Comedy

2  

Bhakta Malla

Comedy

କୁର୍ସୀ

କୁର୍ସୀ

1 min
6.7K



ଦିନେ ଆସିଗଲା ଗୋଟେ କିଳା

ଫାଇଲ୍ ଖୋଳିଲେ ଭିଜିଲାନ୍ସ ବାଲା

ସବୁ ଗୋହୀ ମୋର ଖୋଳା ହେଲା

ମୋକଦ୍ଦମା ଟିଏ ଠୁଙ୍କା ହେଲା

ବଡ ହାକିମଙ୍କ ସୁପାରିଶ୍ ପାଇଁ

ଉପରକୁ ଫାଇଲ୍ ପଠାହେଲା ।


ଘରକୁ ଫେରିଲି ମନ ଦୁଃଖେ

ଘରଣୀଟି ମୋର ମୁହଁ ଦେଖେ

ଶୁଖି ଯାଇଥିଲା ମୁହଁ କାନ

ବୁଝି ଗଲା ସିଏ ତତକ୍ଷଣ

କହିଲା; ଦମ୍ଭରେ କ'ଣ ହୋଇଛି କୁହ ଧନ !

ସବୁ କଥା ସିଏ ଶୁଣି ସାରି

କହିଲା; ଏଇ ଛାର୍ କଥା ପାଇଁ ମନ ଭାରି

କରନାହିଁ ତୁମେ ଏତେ ଚିନ୍ତା

ଠିକ୍ ହୋଇ ଯିବ ସବୁ କଥା

ନିଶ୍ଚିନ୍ତ ରେ କପେ କଫି ପିଅ

କରୁଅଛି ସବୁ ସୁବ୍ୟବସ୍ଥା ।

ଆସନ୍ତା କାଲି ତ ରବିବାର

ଗୋଟିଏ ଦିନରେ କାମ ରଫା

ହେଉଅଛ କିଆଁ ହରବର

ଲାଗି ଥାଉ ପଛେ ଯେତେ ଦଫା ।


ଜାଣିନା କି' ତୁମେ !

ରାମ ରହିମ୍ ଗୁରୁ ଯା'ର

ରହିବ କି ତା'ର ଦୁଃଖ ଭାର ?

ତୁମେ ଅଫିସ ଗଲା ପରେ

ଘରେ ଅବା ମୋର କିସ କାମ

ଝିଅ ଟିକୁ ନେଇ କେତେ ଥର

ଆଶ୍ରମେ ବାବାଙ୍କୁ ଦେଖା କରେ

ବାହା- ବୟସ ତା ' ଗଡିଗଲା

ବାବା କହିଛନ୍ତି ଠିକ୍ କରି ଦେବେ

ଆଶ୍ରମର ଗୋଟେ ଭଲ ପିଲା ।


ଶୁଣି ସ୍ତ୍ରୀଙ୍କର ଦିବ୍ୟ ବୁଦ୍ଧି

ମନେ ମନେ ଦେଲି ଧନ୍ୟବାଦ୍

ବାସ୍ତବିକ୍ ମୁହିଁ ଭାଗ୍ୟବାନ୍

ମୋ ଘରଣୀ ଠାରୁ ଆଉ କିଏ ଅଛି

ଏଇ ସଂସାରରେ ଶ୍ରେଷ୍ଠ ଧନ !!

ରାତିରେ ଶାନ୍ତିରେ ନିଦ୍ରା ଦେବୀ

ଆସିବା ଆଗରୁ ନେତ୍ର କୋଣେ

ମନ ମୋର ହେଲା ଟାଇଁ ଟାଇଁ

ଏଇତ ଆତ୍ମିୟ ବେଳା ଟିଏ

ଧନ୍ୟବାଦ୍ ଟିଏ ଦେବା ପାଇଁ ।



ଭକ୍ତ ଚରଣ ମଲ୍ଲ

2nd Sept.2017.


Rate this content
Log in

Similar oriya poem from Comedy