Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational Others

2  

Niranjan Sahu

Inspirational Others

କର୍ମ

କର୍ମ

1 min
7.0K


ଭିକ ମାଗିବିନି ହାତ ପାତିବିନି

କାହାରି ଆଗରେ ଯାଇ

କର୍ମ କରୁଥିବି କର୍ମେ ବଞ୍ଚୁଥିବି

ଯେତେ ଦିନ ବଞ୍ଚିଥାଇ

ଭିକ ମାଗିବା ହାତ ପତେଇବା

ଏତ କାପୁରୁଷ କାମ

ଜୀବନ ପାଇଛୁ କର୍ମ କରିବା

ଏତ ମଣିଷର ଧର୍ମ

ଜଗତର ନାଥ ଆହେ ଜଗନ୍ନାଥ

ଅଳି କରୁଅଛି ମୁହିଁ

ମୁଁ ମଲା ବେଳକୁ ସହାୟକ ହେବ

ପର କରିଦେବ ନାହିଁ

ଜନମ ବି ଦେଲ କର୍ମ ବି ଦେଲ

ଭାଗ୍ୟରେ ଗରିବ ଲେଖିଲ

କର୍ମ କଲି ସିନା ସୁଖ ପାଇଲିନି

କ’ଣ ଯେ ସୁଖ ପାଇଲ

ଯାହା ତୁମେ ଦେଲ ଗ୍ରହଣ କରିଲି

ପ୍ରତିବାଦ କେବେ କରିନି

ଦେବାଠାରୁ ଟିକେ ବେଶି ପାଇବାକୁ

ଆଶା ବି କେବେ କରିନି

ତୁମେ ଯାହା କର ଭଲପାଇଁ କର

ଏ କଥା ଯେ ମୁଁ ଶୁଣିଛି

ମୁଁ ମଲା ବେଳକୁ ସହାୟକ ହେବ

ଏ କଥାକୁ ଆଶା ରଖିଛି

ଏତିକି ମାଗୁଣି ଆହେ ଦୟାମୟ

ଏତିକି ହିଁ ଦୟା କରିବ,

ମୋ ଆଶାକୁ କେବେ ଭୁଲିଯିବ ନାହିଁ

ମାଗୁଣି ମୋହର ରଖିବ.......


Rate this content
Log in

Similar oriya poem from Inspirational