Audio

Forum

Read

Contests

Language


Write

Sign in
Wohoo!,
Dear user,
ଖାସ୍ ତୁମ ପାଇଁଁ
ଖାସ୍ ତୁମ ପାଇଁଁ
★★★★★

© Neelima Nivedita Behera

Romance

1 Minutes   6.5K    3


Content Ranking

ଭଲ ପାଇବାର କିଛି ନିୟମ ନଥାଏ

ନଥାଏ ବି କିଛି ସର୍ତ୍ତ;

କାରଣଟା କ'ଣ କହି ପାରିବିନି

କାହିଁକି ତୁମକୁ ଭଲ ମୁଁ ପାଇଲି

କରିଲି ମନର ମିତ...

"ପ୍ରେମ" ତ ମୋ ପାଇଁ

ଗୀତଟେ କେବଳ ,

ଯାହାକୁ ଗାଇ ହୁଏ ବିନା ସୁରରେ

"ପ୍ରେମ" ତ ମୋ ପାଇଁ

ଶୀତଟେ କେବଳ

ଯାହାକୁ ଭୋଗି ହୁଏ ରାତି ଅଧରେ

"ପ୍ରେମ" ତ ମୋ ପାଇଁ

ଛାତଟେ କେବଳ

ଯାହା ତଳେ ପୂର୍ଣ୍ଣ ସୁରକ୍ଷିତ ମୁଁ

ଲୋଡ଼ା ନାହିଁ କେହି ଏ ଜୀବନରେ

ଭଲ ପାଇବାର କିଛି ନିୟମ ନଥାଏ

ନଥାଏ ବି କିଛି ସର୍ତ୍ତ;

କାରଣଟା କ'ଣ କହି ପାରିବିନି

କେମିତି ତୁମକୁ ଭଲ ମୁଁ ପାଇଲି

ବିଷ ଲାଗିଲା ଅମୃତ .........।

ନିୟମ ଭଲ ଗୀତଟେ

Rate the content


Originality
Flow
Language
Cover design

Comments

Post


Some text some message..