ତତ୍ତ୍ଵସାର
ତତ୍ତ୍ଵସାର
1 min
6.5K
ପ୍ରାଣୀ ଚତୁର୍ବିଧ ସ୍ଵେଦଜ ଉଦ୍ଭିଦ
ଅଣ୍ଡଜ କିବା କେହି ଜରାୟୁଜ
ସମସ୍ତେ ଆମ୍ଭର ନିଜ ସହୋଦର
ପିତା ପରଂବ୍ରହ୍ମ ସେ ଚତୁର୍ଭୁଜ ।
ସଂସ୍କାରରେ ଢଳି ଯୋନିଚକ୍ରେ ଚଳି
ବିଚରି ଜନ୍ମାନ୍ତେ ଶରୀରେ ରହେ
ଆସି ଏ ମରତେ ବିହରିଲେ ସାଥେ
କ୍ରମ ବିକଶିତ ରୂପ ଯେ ବହେ ।