ଆମ ପ୍ରେମ
ଆମ ପ୍ରେମ
ତୁମେ ଦେଖୁଥିଲ ମୁଁ ବି ଦେଖୁଥିଲି
ଦୁହେଁ ତ ଥିଲେ ଅନାଇଁ
ଖୋଜୁଥିଲେ ଦୁହେଁ ଦୁହିଁଙ୍କ ଆଖିରେ
ରାତି ଯାଉଥିଲା ପାହି
ବୁଡି ଯାଉଥିଲେ ପ୍ରେମର ସାଗରେ
ହଜାଇ ନିଜ ଅସ୍ତିତ୍ତ୍ୱ
ନ ଥିଲା ଶୋଚନା ନ ଥିଲା ଭାବନା
ବର୍ତ୍ତମାନ ଭବିଷ୍ୟତ
ପ୍ରେମ ବାରିଧିର କି ସାଗର ଇଏ
ଜାଣିନାହିଁ ଜାଣିନାହିଁ
ବିନା ସନ୍ତରଣେ ଡୁବନ୍ତି ସଭିଏଁ
ପ୍ରଶିକ୍ଷଣ ଲୋଡା ନାହିଁ
ପ୍ରମୋଦ କୁମାର ଜେନା ©