Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ବଦଳେଇଦେଏ ଅବୁଝା ମଣିଷ

ବଦଳେଇଦେଏ ଅବୁଝା ମଣିଷ

1 min
6.4K


ବଦଳେଇଦେଏ ଅବୁଝା ମଣିଷ

 

ପର୍ଶୁରାମ ବିଶ୍ୱାଳ

 

ସଜବାଜ ହୁଏ ରହିବ ମଣିଷ ମଙ୍ଗଳ ଗ୍ରହରେ ଯାଇ

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରିନି ସେଇ

ବଦଳିବ କିସ, ଦେଖୁଛୁରେ ଜଗା

ସୀମା ବି ଯାଉଛି ଡେଇଁ ।

 

ନିଜର ରୋଗିଣା ପୁଅ ଭଲ ହବ, ମାନସିକ ବୋଦା ବଳି

ଦେଖୁଚୁ ଆଖିରେ ହଣା ହଉଚନ୍ତି ସେ’ପାଇଁରେ କେତେ ଛେଳି

ରକତ ଖୋଜୁଛି ଠାକୁରାଣୀ ମାଆ

ମନେ ସିଏ ବିଚାରଇ ।

 

ଜରରେ ପୁଅଟି ବିଳିବିଳେଇଲେ ଖୋଜା ସେ ଗୁଣିଆ ବୁଢ଼ା

ଛାଞ୍ଚୁଣିରେ ଦଶ ପାହାର ପିଟିଲେ ବଳେ ସେ ହୋଇବ ଛିଡ଼ା

ଇଏ କି ବିଚାର, ଇଏ କିବା ବୁଦ୍ଧି

ଦେଖୁଛୁ କଳାକହ୍ନେଇ ।

 

ଧନ-ଦରବରେ ଘରଟି ପୂରିବ, ଦେଲେ ଛୁଆଟିଏ ବଳି

କେତେ ଅଘଟଣ ଘଟୁଛି ସଂସାରେ, ପଡୁଛି କାନ୍ଦବୋବାଳି

ଯେତେ ବିଜ୍ଞାନଟି ଆଗେଇଲେ ପ୍ରଭୁ

ଏକଥା ପଛାଇନାହିଁ ।

 

ସଚେତନ ସତେ କରିବୁ ଠାକୁର ଆମ ଏ ଅନ୍ଧ ସମାଜ

ମୂରୁଖପଣିଆ ଦୂର ହେଇଯାଉ, ଏକଥାଟି ସିନା ଲାଜ

ବଦଳେଇଦେଏ ଅବୁଝା ମଣିଷ

ମିନତି ହେ ଭାବଗ୍ରାହି !

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in