ନିର୍ଝରିଣୀ
ନିର୍ଝରିଣୀ
ଝରି ଝରି ପଡ଼େ ଅମ୍ବର ଛିଟିକି
ନୀଳ ଗଗନ ଉହାରୁ,
ଗହନ ବନର ମନ କ୍ରାନ୍ତି ଏକ,
ଲଭିଛି ଜୀବନ ଉଊ ।
ମନ ଉନ୍ମାଦନ ପରାଏ ଜୀବନ,
ମୋହେ ହୁଏ ଧରାଶାୟୀ
ଜୀବନ ମରଣ ସବୁ ଖେଳ ଘର,
ଦାରା ସୁତା ସୁତ ରାଇ ।
ମୋହ ମାୟା ବନ୍ଧ ଏଡ଼ାଇ ଯେ ପାରେ,
ଲଭିବ ସେ ଦିବ୍ୟ ଶାନ୍ତି
ତାର ଶ୍ରୀ ଚରଣେ ଲୟ ରଖିଥିଲେ,
ମିଳିବ ସନ୍ସାରୁ ମୁକ୍ତି।
ସେ ନୁହେଁ ଅନ୍ଧାର ଗୁହାରି ଆଲୋକ,
ଭକତର ମନ ଜାଣି,
ସ୍ଥାନ ନାହିଁ କାଳ ପାତ୍ର ନାହିଁ ତାର
ଦେଖା ଦିଏ ଊପ ଆଣି ।
ତେଣୁ ହେ ସନ୍ସାର ଜନ ହିତ କରେ
ଲାଗିପଢ଼ ମା ଚରଣେ,
ଯଗତ ରୁପରେ ସେହି ଏକ ବଢ଼
ରକ୍ତ କର ସ୍ଵେଦ ପଣେ ।
ତେବେ ସେ ମରାଳି ପିପିଲିକା ପ୍ରାୟେ
କରିବ କର୍ମ ମନରେ,
ଯଗତ ଦେଖାଣି ନ କରିବ ସେତ
ଲକ୍ଷ ଧର୍ମ ବରି କରେ ।
ଲକ୍ଷ ଅଟେ ତୁମ ମାଆର ଉଧାର ,
ଲକ୍ଷ ନୁହେଁ ଆଉ କିଛି,
ଧର୍ମ ତ ଅଟଇ ନାରୀ କପାଳରୁ
ଦୁଖଃ ଦେବା ଆମ ପୋଛି ।
ପ୍ରକୃତ ମାନବ ଅଟଇତ ଯିଏ,
ଉତକଳ ମଣି ପରି
ସେହି ଏକା ସିନା କପାଳୁ ପୋଛିଚି
ନାରୀଙ୍କ ଦୁଖଃ ଆଦରି ।
ଆସରେ ସନ୍ତାନ ଉତ୍କଳ ମାତାର
ଯୁବକ ଯୁବତୀ ଯେତେ ,
ହାତକୁ ହାତରେ ଛନ୍ଦି ଦେଇ ଆମେ
ଗାଇବା ଉତ୍କଳି ଗୀତେ ।
ସେ ହେବ ଆମର,
ମାତୃଭାଷାର,
କୋଟି କୋଟି ନମସ୍କାର ।
-----------------------------------------------------------
ସୁଜାତ