Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanti Hotta

Abstract

5.0  

Sukanti Hotta

Abstract

ଖରାପ ଭାବେନି

ଖରାପ ଭାବେନି

1 min
334


ଅତି ଲେମ୍ବୁ ଚିପୁଡ଼ିଲେ ପିତା ଭଳି ମୋବାଇଲଟା ରିନାକୁ ହଇରାଣ କରିଦେଲାଣି ଯେତେବେଳେ ଦେଖ ଫୋନ କେତେବେଳେ ଶାଶୁଘର କଲେଣି କେତେବେଳେ ମାଆ ଘର ପୁଣି ସାଥୀ ସାଙ୍ଗ ପିଲାମାନଙ୍କର ଫୋନ l ନୂଆନୂଆରେ ମୋବାଇଲକୁ ଗଣ୍ଠିର ଧନ କରି ପାଖରୁ ଟିକିଏବି ଦୂରେଇ ଦଉ ନଥିବା ରିନା ଫୋନକୁ ଅଧା ସମୟ ସାଇଲେନ୍ସ କରି ରଖୁଛି କାରଣ ଭଲରେ ଘର କାମ କରିପାରୁଛି ନା ନିଜ ଦେହର ଯତ୍ନ ନେଇ ପାରୁଛି l


ଏ ନିଆଁ ଲଗା ମୋବାଇଲ ଟା ଭଲରେ ଶୋଇବାକୁ ଦେଉନି ଫେସବୁକ ୱାଟ୍ସଅପରେ ଭ୍ରମଣ ବାହାଘର ବ୍ରତର ଫୋଟୋ ସାଙ୍ଗକୁ ମର୍ନିଙ୍ଗ, ଶୁଭସନ୍ଧ୍ୟା, ଶୁଭରାତ୍ରିର ମେସେଜ ଆଉ ଫ୍ରେଣ୍ଡ ରିକ୍ଯୁଷ୍ଟ l ସାଥିସାଙ୍ଗର ଦର୍ଶନତ ମିଳୁନି କେବଳ ଫୋନରେ ହିଁ ହେଲୋ ହାଇ l


ବହୁତ ବର୍ଷ ପରେ ସାଙ୍ଗ ଟିନା ଘରକୁ ଆସିବ ଶୁଣି ରିନାର ଗୋଡ଼ ତଳେ ଲାଗିନଥିଲା ଦୁହେଁ ପିଲାବେଳୁ ସାଙ୍ଗ ଏକାଠି ଖୁବ ମସ୍ତି କରିଛନ୍ତି l ରିନା ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରି ଟିନାକୁ ଅପେକ୍ଷା କରିବାର ସୀମା ସମାପ୍ତ ହୋଇଥିଲା l


ଟିନାର ଆଗମନ ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ଖୁବ ବାର୍ତାଳାପ କରିଥିଲେ l ଟିନା କହିଲା ବନ୍ଧୁ ମୋର ୱାଟ୍ସଅପରେ ଫୋଟୋସବୁକୁ ତୁ ଖାଲି ସିମ୍ବଲ ଦେଉଛୁ (ସୁପର, ଗେଲ, ଵେଷ୍ଟ ଅନାନ୍ୟା )ନା ଦେଖୁଛୁ? -


ସତରେ କହିଲୁ କେଉଁ ଫୋଟୋଟି ସବୁଠୁ ଭଲ ହୋଇଛି l


ରିନା କଣ କହିବ ବୁଝି ପାରିଲାନି ସେତ କିଛି ଭଲରେ ଦେଖିନି ଏତେ ଫୋଟୋ କେତେ ଦେଖିବ ବୋଲି ସବୁ ନଦେଖି ନପଢି ସମସ୍ତଙ୍କ ଲେଖା ଫୋଟୋ ମେସେଜକୁ ସିମ୍ବଲ ଖାଲି ଦେଉଥିଲା l


ଟିନା କହିଲା କଣ ସାଙ୍ଗ କିଛି କହୁନୁ ଚୁପଚାପ ରହିଛୁ, ମୁଁ ତୋର ହୃଦୟର ଭାଷା ବୁଝିଗଲି ତୁ ମୋ ପରି କାହାର କିଛି ନଦେଖି ନପଢି ସମସ୍ତଙ୍କର ମନ ରଖିବାକୁ ଖୁସି କରାଇବାକୁ ସିମ୍ବଲ ଦେଇଦେଉ l


ଦୁହେଁ ଖୁବ ହସିଲେ ବିନା ହସ କଥାରେ l ରିନା କହିଲା ଖରାପ ଭାବେନା ଲ l ଆସେ ଖାଇବା ତାପରେ ମିଶି ଫୋଟୋ ଦେଖିବା l



Rate this content
Log in