ମୃଗନୟନୀ- ୧୧
ମୃଗନୟନୀ- ୧୧
ମୃଗନୟନୀ- ୧୧
କାଶ୍ୟପ, ରାମ ବିଶୋଇ, ରାୟଗଡା
ତୁମରି ସାନ୍ନିଧ୍ୟ ଚିରବାଞ୍ଚିତ,
ତୁମ ସ୍ବପ୍ନ ରଙ୍ଗମହଲ,
ତୁମ ହସ ମଧୁଝରା,
ତୁମ ମନ ବନହରିଣୀ,
ବେଶ ମିଛ କୁହ,
ମାଗ ବି ଭୁଲ ଅନେକ ଥର,
ଅନୁରୋଧ କର କରିବାକୁ ଗାଳି,
ଡାକ ମତେ ଅଭିମାନିଆ ସୁନା,
କହେ ମୁଁ
ଗୋଧୂଳି ବେଳାରେ
ତମେ ମତେ କର ବାଧ୍ୟ
ଖୋଜିବାକୁ ବସନ୍ତ,
ଭଲପାଏ ତୁମକୁ ଆଉ ତୁମ ପ୍ରବଞ୍ଚନା
ବୋଧେ ପ୍ରାରବ୍ଧ ମୋର
ପ୍ରେମ ଯେ ଅପରିମିତ, ଅସୀମ,
ଏ କ'ଣ ତୁମେ ବୁଝିନ, କୁହ ତ !
ସୀମାରେଖା କିଏ ?
କେବେ ଟାଣିପାରେ ତା'ର
ସବିତ୍ରୀରେ ଟୋପାଏ ସିନ୍ଦୁର,
ମନ୍ଦିରେ ଶୁଭ ମନାସି
ଦିପ ଜାଳି କେହି କେବେ କରିପାରେ ଦାବି
ସମ୍ପର୍କର ସ୍ଥାୟିତ୍ୱ,
ତୁମେ କରିଚାଲ ଖାଲି ଛଳନା,
ମୁକ୍ତ କର ନିଜ ବନ୍ଧନ,
ଏଇ ଦେଖ
ଡାକୁଛି ତୁମକୁ ଖୋଲା ଆକାଶ
କହୁଛି
ପ୍ରେମ ମୋ ସତ୍ୟ, ନିଷ୍ଠା, ସମ୍ପର୍ପଣ, ତ୍ୟାଗର ପ୍ରତୀକ
ଭାବ ହୋଇ ରହିଥାଉ ,
ଜିତି ଯାଉ ଛଳନା,
ତିଳେ ବି କରିବିନି ମୁଁ ଅନୁଶୋଚନା,
ଆଜି ହୋଇପାରେ ତୁମର
କିନ୍ତୁ କାଲି ବାଧ୍ୟ ହେବ
ତୁମେ ପଛକୁ ଫେରି ଚାହିଁବାକୁ ଥରେ
ତୁମ ନାମେ ରଚିବି
ଯେ ଇତିହାସ
ଅମର ପ୍ରେମର ଗାଥା
ପ୍ରିୟତମା ମୋର
ଏକାନ୍ତ ନିଜସ୍ୱ
"ମୃଗ ନୟନୀ " ।