Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

3  

Bikesh Sahu

Others

ପ୍ରେମ ହେଲା ପରେ

ପ୍ରେମ ହେଲା ପରେ

1 min
6.8K


ଆଜି ବି ତ ଅଛି

ନିର୍ବିକାର ହୋଇ

ଆମ ଗାଁ ନଈ ପଠା

ଯେଉଁ ଠାରେ ପ୍ରିୟା

ହେଲା ତୁମ ସହ 

ମୋର ପ୍ରଥମ ଦେଖା  ।

ଯେଉଁ ଠାରେ ତୁମେ

ମନ ଚୋରି କଲ

ଦେଇଥିଲ ତୁମ ଛୁଆଁ

ସେ ସବୁ ତ ଆଜି

ମନେପଡେ ସବୁ

ଭୁଲି ପାରିନି ଗୋ ପ୍ରିୟା ।

କେତେ ବାଲି ଘର

ଗଢ଼ିଥିଲେ ଦୁହେଁ

ଆଜି ତ ସେ ସବୁ ନାହିଁ

ହେଲେ ପ୍ରିୟା ତୁମ

ସେ ଅତୀତ ସ୍ମୃତି

ଜୀବନ୍ତ ମୋହରି ପାଇଁ ।

କେତେ ଦୋଳିଖେଳ 

ଖେଳି ଥିଲେ ଦୁହେଁ

ଗାଁ ବର ଓହଲରେ

ଖିଲି ଖିଲି କେତେ 

ହସି ଥିଲ ପ୍ରିୟା

ତୁମ ସେଇ ମିଠା ଓଠେ ।

ତୁମେ ସିନା ଆଜି

ଭୁଲି ଗଲ ସବୁ

ରହି ଦୂର ବିଦେଶରେ

ହେଲେ ଯେତେ ଦିନ

ବଞ୍ଚିଥିବି ପ୍ରିୟା

ତୁମ ସ୍ମୃତି ଚାରଣରେ ।

ତୁମେ ନାହିଁ ସତ

ଆଜି ମୋ ପାଖରେ

ହେଲେ ତୁମ ସ୍ମୃତି ଅଛି

ତୁମ ଫେରିବାର

ଶେଷ ଆଶା ନେଇ

ଆଜି ପ୍ରିୟା ମୁଁ ବଞ୍ଚିଛି ।


Rate this content
Log in