Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

4  

ବି. ନିରୁପମା

Others

ମୋ ଅଗଣାକୁ ଆ'....

ମୋ ଅଗଣାକୁ ଆ'....

1 min
13.1K



ମୋଅ ଅଗଣାକୁ ଆ'...ଆ ଥରେ କାହ୍ନୁ
ଦୁଧ,ଦହି,ସର ଖା'...
ମନ ହରଷରେ-ମଧୁର ତାନରେ
ମୁରଲୀ ବଜେଇ ଯା'...।(୦)

ମିଠା,ମିଠା ତୋର କଥାରେ କହ୍ନେଇ ,
ଅବୁଝା ମନକୁ ଦେଇଯା' ମନେଇ ;
ଅଭିଯୋଗ ଆଉ କରିବିନି ଯାଇ-
ତୋ ନାମେ ,ନିଶ୍ଚିନ୍ତ ଥା'...।(୧)
ଦୁଧ,ଦହି,ସର ଖା'....।

ମୋଅ ଅଗଣାକୁ ଆ'...ଆ ଥରେ କାହ୍ନୁ
ଦୁଧ,ଦହି,ସର ଖା'...
ମନ ହରଷରେ-ମଧୁର ତାନରେ
ମୁରଲୀ ବଜେଇ ଯା'...।

କରିଅଛୁ ତୁ ରେ ମୋତେ ଯେତେ ସରି ,
ଆଗକଥା ସବୁ ଦେବି ମୁଁ ପାସୋରି ;
ରଖିବିରେ ତୋତେ ଗଳାମାଳି କରି-
ଦରଶନ ଦେଇ ଯା'...।(୨)
ଦୁଧ,ଦହି,ସର ଖା'....

ମୋଅ ଅଗଣାକୁ ଆ'...ଆ ଥରେ କାହ୍ନୁ
ଦୁଧ,ଦହି,ସର ଖା'...
ମନ ହରଷରେ-ମଧୁର ତାନରେ
ମୁରଲୀ ବଜେଇ ଯା'...

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in