Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Others

3  

Kamala Satpathy

Others

ଆମ ଗାଁ

ଆମ ଗାଁ

1 min
405



ବଦଳି ଗଲାଣି ଆମ ଗାଆଁ ରୂପ

ଧୋତି ଗାମୁଛାର ଜାଗାରେ କୋଓଟ

କାହିଁ ବିଲ ବାଡି ନାଳ ନଈ,

ଏବେ ଲାଗେ ସେ ସହର ଭଳି !


ନାହିଁ ଗାଆଁ ତୁଠ, ଗାଈଚରା ଗୋଠ

ସବୁଆଡେ ଶୁଭେ ନୋଓଟ, ଭୋଓଟ

ଦେଖ କୋଠା ଖାଲି ଧାଡି ଧାଡି,

ଆଜି ଲାଗୁଛି ସହର ଭଳି !


ସଂକୀର୍ତ୍ତନିଆଙ୍କ ଖଞ୍ଜଣି ଶୁଭୁନି

ପାଲା ଦାସକାଠି ଆଉ ବି ବାଜୁନି

ରେଡିଓ ନଲାଗି ଲାଗୁଅଛି ଟିଭି,

ଆଜି ଲାଗୁଛି ସହର ଭଳି !


ବାପାଙ୍କର ହିରୋ, ଦାଦାଙ୍କର ରାଲେ

ଡେରା ହେଇ ହେଇ ଅଚଳ ହୋଇଲେ

କାନ ନଶୁଣିଲା ଆଉ ଘଣ୍ଟି,

ଆଜି ଲାଗୁଛି ସହର ଭଳି !


କାହିଁ ସେ ବୁଢୀମା’, ନାତି କରି ଜମା

ପାକୁଆ ପାଟିରେ ବର୍ଣ୍ଣିବ ମହିମା

ଖୋଲି ତା’ କାହାଣୀ ପେଡି,

ଆଜି ଲାଗୁଛି ସହର ଭଳି !


ନାହିଁ ଦାସବୁଢା, ନାହିଁ ବି ଚକରା

ଲଗେଇ ଦେବାକୁ କଳିର ପସରା

ଏବେ ତ ସଭିଙ୍କ ହାତରେ ଛୁରି,

କାହିଁ ହେଲା ଏ ସହର ଭଳି !


ଦିଶନ୍ତିନି କାକା, ଦିଶୁନି ବି ଖୁଡି

ଦୂର ଦେଶେ ସବୁ ଯାଇଛନ୍ତି ଉଡି

ଘର ଜଗିଛନ୍ତି ବୁଢା ବୁଢୀ,

କାହିଁ ହେଲା ଏ ସହର ଭଳି !


ରଜ ଦୋଳି ବନ୍ଧା ଆଜି ବି ହେଉଛି

ପୂର୍ଣ୍ଣମୀର ଜହ୍ନ ଆକାଶେ ଉଉଁଛି

କିନ୍ତୁ ଖେଳିବ କୋଉ ଭଉଣୀ ?

ସଭିଙ୍କୁ ନେଇଛି ସହର ଟାଣି !


ଗାଡି ମଟରର ପେଁ ପାଁ ଶବ୍ଦ

ମନେ ଭରିଦିଏ ପ୍ରବଳ ବିଷାଦ

ଆମ ଆଖିରୁ ନିଗିଡେ ପାଣି

ସେହି ଗାଆଁକୁ ଦିଅ ମୋ ଆଣି !



Rate this content
Log in