Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Classics Drama

5.0  

ବି. ନିରୁପମା

Action Classics Drama

ସତେ କି ସେ ମୋର ହେବ

ସତେ କି ସେ ମୋର ହେବ

1 min
4.6K


ସତେ କି ସେ ମୋର ହେବ

ଚରଣ କମଳେ ଶରଣ ଦେବ,

ସେ ରାଧା ମାଧବ;

ଏଇ-ଭବରୁ ପାରି କରିବ....

ସେ ରାଧା ମାଧବ ।

ମୋ ପ୍ରତି ସୁଦୟା କରି

ଶୀରିକ୍ଷେତ୍ରକୁ ତା' ନେବ ଓଟାରି,

ସେ କଳା କେଶରୀ ;

ସାରା-କ୍ଷେତ୍ର ଦେଖାଇବ ଘୁରି....

ସେ କଳା କେଶରୀ ।

ଯେତେ ସାଧୁ-ସନ୍ଥ, ମଠ

ଅତି ପବିତ୍ର ଗୋବର୍ଦ୍ଧନ ପୀଠ ,

ତା' କଳପବଟ ;

ଆଉ-ନରେନ୍ଦ୍ର ପୋଖରୀ ତୁଠ....

ତା' କଳପବଟ ।

ଆନନ୍ଦ ବଜାର ସାରା

ବୁଲାଇ ଖୋଇବ ପ୍ରସାଦ ପରା ,

ସେ ଦୁଃଖ ପାସୋରା ;

ବନ୍ଧୁ-ପଣେ ଦେବ ମୋତେ ଧରା...

ସେ ଦୁଃଖ ପାସୋରା ।

ଶରଧା ବାଲିରେ ଥରେ

ଗଡ଼ାଇ ଆଣିବ ମୋତେ ଶ୍ରଦ୍ଧାରେ ,

ସେ କଳା ନିଧିରେ ....

ମୁହିଁ-ଭୁଲିବି ସବୁ ବାଧାରେ ।

ସେ କଳା ନିଧିରେ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in