ବତୁରାଇଦିଏ ବରଷାର ଛିଟା
ବତୁରାଇଦିଏ ବରଷାର ଛିଟା
1 min
6.3K
ବତୁରାଇ ଦିଏ ବରଷାର ଛିଟା
ଆଭାକାନ୍ତ ମହାନ୍ତି
ବତୁରାଇ ଦିଏ ବରଷାର ଛିଟା
ଶୁକୁଟାଇ ଦିଏ ଶୀତ
ଫଗୁଣ ପୁଲକେ ମନଟା ଫୁଲଇ
ତୁମେ ନାହଁ ମନ ମିତ । ୦ ।
ଚଇତି ତାତିରେ ଫୁଙ୍ଗୁଳା ଛାତିରେ
ଜୋଛନା ରାତିରେ ବସି
ସପନ କୁହୁକ ମନରେ ମୋହକ
ମିତ ସାଥେ ଯାଏ ମିଶି
ହେଲେ କି ହୋଇବ, ଆଉ କି ଗାଇବ
ପିକ ସେ ପୁଣୁଣା ଗୀତ ? । ୧ ।
ଅଶିଣ ସକାଳେ ହୃଦୟ ହକାଳେ
ଛିଟା ଛିଟା ସ୍ମୃତି ଶାଢ଼ି
କାର୍ତ୍ତିକ କୁହୁକ ଡହଳ ଡାହୁକ
ଫୁର୍ କିନା ଯାଏ ଉଡ଼ି
ସପନ କମ୍ପନ ଗୋପନେ ଉଜୁଡ଼େ
ପୂବେଇ ବି ପରାଜିତ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****