Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Comedy Inspirational

5.0  

ବି. ନିରୁପମା

Classics Comedy Inspirational

ଲାଖିବ ମନ

ଲାଖିବ ମନ

1 min
226


ପାକୋଇ ଆଈ,

ଝୋଟି ଦେଉଅଛି ମନ ଲଗାଇ ।

ଲାଖିବ ମନ,

ଦେଖିଦେଲେ ତା'ର ଚିତା ଏସନ ।


ଲକ୍ଷ୍ମୀଙ୍କ ବାର ,

ସଫା ସୁତର ସେ କଲାଣି ଘର ।

ଭକତି ମନେ ,

ପୂଜିବ ମାଆଙ୍କୁ ପଦୁଅଁ ଚିହ୍ନେ ।


ମାଗିବ କିଛି,

ବାକି ତା'ର ଯାହା କାମନା ଅଛି ।

ବୟସ ଅଶୀ ,

ମନ ବଳ କିନ୍ତୁ ଏବେବି ବେଶୀ ।


ନାହିଁ ହତାଶ ,

ଅଛି ଭାବ,ଭକ୍ତି,ଶ୍ରଦ୍ଧା,ବିଶ୍ୱାସ ।

ବଢ଼ିଆ କଥା,

ଧରି ରଖିଛି ସେ ଆମରି ପ୍ରଥା ।


ଚାହିଁଲେ ତୁମେ ,

ଏଇ ପରମ୍ପରା ରହିବ ଦିନେ ।

କହିବେ ଲୋକ ,

ଆମ ପରବ ଏ ଆମରି ଟେକ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Classics