ନୀଡ
ନୀଡ
ପକ୍ଷୀଟିଏ ସାଉଁଟି କାଠିକୁଟା
ତୋଳିଦିଏ ନୀଡ
ସ୍ଵାଗତ କରିବାକୁ କୁନିକୁନି
ଶାବକମାନଙ୍କୁ ।
ଏଇ ଦୁନିଆର ଭିଡ ଭିତରକୁ
ଗରିବ ତୋଳିଦିଏ ନୀଡ
ପଲିଥିନ ଜରି କିଛି ବାଉଁଶ ନେଇ
ମୁଣ୍ଡ ଗୁଞିବାକୁ ।
ଖରା ବରଷାରୁ ରକ୍ଷା ପାଇବାକୁ
ନିଜ ସଂସାରକୁ ସୁରକ୍ଷା ଦେବାକୁ
ତୁମେ ଗଢିଚାଲ ମହଲା ଉପରେ ମହଲା
ଅନାବଶ୍ୟକ କିଛି ବଖରା
ରହିବାକୁ କେହି ନାହିଁ
ତଥାପି ଦମଦାର
ଦେଖିବାକୁ ଶାନଦାର
କୋଟି କୋଟି ବିନିର୍ବୟର ।
ଥରେ ଭାବି ଦେଖ
ସୁଖ ରାଜୁତି କରୁଛି
ପକ୍ଷୀ ନୀଡରେ
କିଚିରି ମିଚିରି କରି
ଗରିବର ପଲିଥିନ ଘରେ
ଏକାଠି ଭୋଜନ ଶୟନ
କରୁଥିବା ଲୋକଙ୍କ ପାଖରେ ।
କାରଣ ସେମାନଙ୍କ ପାଖରେ
ନାହିଁ କିଛି ହରାଇବାର ଭୟ
କି କିଛି ଅଧିକ ପାଇବାର ଲାଳସା
ହେଲେ ତମେ ଦୁଃଖୀ ।
ଠିଆ ହୋଇ ଟଙ୍କାର ପାହାଡ ଉପରେ
ମା' ଲକ୍ଷ୍ମୀଙ୍କୁ ବନ୍ଧନ କରି ଟ୍ରେଜେରିରେ
ନାହିଁ ହୋ ହଲା
ଅଗଣାରେ କଳରବ
କିନ୍ତୁ ପ୍ରତି ମୂହୁର୍ତ୍ତରେ ଡରି ଯାଅ
କାଳେ କିଏ ମାରିଦବ ।
କିଛି ଟଙ୍କାର ଲୋଭରେ
ଦୁଃଖୀ ଥାଇ ବି
ସୁଖୀ ହେବାର ଅଭିନୟ କରୁଥିବା
କଳାକାର
ଯିଏ ପଡିଛି ମିଛ ମୋହରେ ।।