Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arun Kumar Mitra

Others

3  

Arun Kumar Mitra

Others

ମୋର ପରିଚୟ

ମୋର ପରିଚୟ

1 min
6.8K


ଉଣିଶ ଶହ ତେଷଠୀର ମେ ମାସ ଦିନ

ଛବିଶି ତାରିଖ ସନ୍ଧ୍ୟା ମୋ ଜନ୍ମର କ୍ଷଣ  ॥

ବଙ୍ଗୀୟ କରଣ ମୁହିଁ ଉଚ୍ଚ କୂଳେ ଜାତ

ପିତା ଶ୍ରୀରାମକୃଷ୍ଣ ସମାଜେ ଆଦୃତ  ॥

ମାତା ମୋର ବିମଳା ଦେବୀ ଅକାଳେ ପ୍ରୟାତ

ଛଅ ଭାଇ ତିନି ଭଉଣୀ ସର୍ବେ ପ୍ରତିଷ୍ଠିତ  ॥

ଏକମାତ୍ର କନ୍ୟାରତ୍ନ ଉଚ୍ଚ ପାଠରତା,

ଧର୍ମପ୍ରାଣା ପତ୍ନୀ ମୋର ନାରୀ ପତିବ୍ରତା  ॥

ଘର ମୋ ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାରେ

ଆଦିବାସୀ ଅଧ୍ୟୁଷିତ ଅତି କ୍ଷୁଦ୍ର ଗାଁରେ  ॥

ଘନ ବଣ ପଥହୀନ ପ୍ରକୃତିର କୋଳ

ଶସ୍ୟ ଶ୍ୟାମଳ କ୍ଷେତେ ବିତେ ବାଲ୍ୟକାଳ  ॥

ଉଚ୍ଚବିଦ୍ୟାଳୟ ଆଉ ମହାବିଦ୍ୟାଳୟ

ବହୁଦୂରବର୍ତ୍ତୀ ସ୍ଥାନେ ଶିକ୍ଷାର ଆଳୟ  ॥

ବଙ୍ଗଳା ଭାଷା ମଧ୍ୟମରେ ପାଠ କରି ଶେଷ

ଗୃହ ଛାଡି କର୍ମଭୂମି ଠାକୁରଙ୍କ ଦେଶ  ॥

ଉତ୍କଳ ଜନନୀଙ୍କ ପଣତ ଛାୟା ତଳେ

ବିତିଲା ତିନି ଦଶକ, ମମତା ଆଞ୍ଚଳେ  ॥

ଚାଳିଶି ବରଷ ମୋର, ବୟସ ଯେତେବେଳେ

ଓଡ଼ିଆ ପାଠରେ ମନ ଦେଲି ସେତେବେଳେ  ॥

ଅକ୍ଷର ସାଥେ ପରିଚୟ, ଲେଖିବା ପଢିବା

ବଢିଲା ଆଗ୍ରହ ମୋର ଓଡ଼ିଆ ଶିଖିବା  ॥

ସେଦିନଠୁ ଆଜି ଯାକ ଶିଖିଲି ଯେତିକି

ଉପସ୍ଥାପନ କଲି ଏଇ କାବ୍ୟ ଗ୍ରନ୍ଥ ଲେଖି  ॥

ଏଇ ହେଲା ସଂକ୍ଷିପ୍ତରେ ମୋର ପରିଚୟ

ଶ୍ରମ ସାଧ୍ୟ କାବ୍ୟ ମମ ପଢନ୍ତୁ ନିଶ୍ଚୟ  ॥

ଶିକ୍ଷାର ବୟସ ନାହିଁ ସ୍ଥାନ, କାଳ, ପାତ୍ର

ନିବେଦନ, ଇତି, ବିନୀତ କବି ଅରୁଣ ମିତ୍ର  ॥


Rate this content
Log in