Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Others

3  

Prasanna Kumar Madala

Others

ଏ ଧରାନିବାସ

ଏ ଧରାନିବାସ

1 min
280


ଏ ଧରାନିବାସ


ପାନ୍ଥଶାଳା ବୋଲି ଏ ଧରାନିବାସ

ରହିଥାଉ ସଦା ଧ୍ୟାନ

ଆସିଥିଲେ ଦିନେ ଫେରିବାକୁ ହେବ

ଉପାୟ ନାହିଁ ବି ଆନ ।

ଜ୍ଞାନେ ବା ଅଜ୍ଞାନେ କ୍ଷୟକ୍ଷତି ଯାହା

ହୋଇଥିବ ଆମ ହାତେ

ଭରଣା କରିବା ହିସାବ ବି ହେବ

ନିଶ୍ଚୟ ଫେରିବା ସାଥେ ।

ହେୟଜ୍ଞାନ କଲେ ଖସିବେନି କେହି

ବିଚାର ନୁହେଁ ଏ ନୂଆ

ପ୍ରକୃତିର ଋଣ ପରିଶୋଧ ବିନା

ଦଣ୍ଡବିଧାନ ବି ଥୁଆ ।

ଏବେବି ବିଳମ୍ବ ହୋଇନାହିଁ ବନ୍ଧୁ

ଚିନ୍ତନେ ଶୁଦ୍ଧତା ଆଣ

ବସୁଧା କୁଟୁମ୍ବ ଭରଣପୋଷଣେ

ଉପାୟ ରହିଛି ଜାଣ ।

ସଂସ୍କାର ବଳରେ ହୋଇଥାଉ ସଦା

ସୁଗମ ଜୀବନପଥ

କରୁଣା ପ୍ରଦାନେ ଭୁବନ ପାଳକ

ପୂରାଇବେ ମନୋରଥ ।


ପ୍ରସନ୍ନ କୁମାର ମାଦଳା


Rate this content
Log in