କାଳିଆକୁଚିଠିଟିଏ - ୨
କାଳିଆକୁଚିଠିଟିଏ - ୨
ଦେଇଥିଲି ଗୋଟେ ଚିଠିରେ କାଳିଆ
ଏ ଯାଏ ପାଇନି ଉତ୍ତର,
ମଉନେ ରହିଲୁ ବଡ଼ ଦେଉଳରେ
ଭାବିଲୁ କି ଅଟେ ମୁଁ ପର।
ସବୁଯୁଗେ ପରା ଭକତ ଆଖିରେ
ଜଗତକୁ ଦେଖୁଥିଲୁ,
ଅସତ୍ୟ,ଅନ୍ୟାୟ,ଅକର୍ମ ଦୂରେଇ
ସତ୍ୟସ୍ଥାପନା କରୁଥିଲୁ।
ତୁହି ପରା ସେହି ଭାବ ବିନୋଦିଆ
ଶବରୀ ଅଇଁଠା ଖିଆ,
ଭକ୍ତବତ୍ସଳ ତୁ ଦୀନବାନ୍ଧବ
ମହାପ୍ରଭୁ ନୀଳାଚଳିଆ।
ହେ ଈଶ୍ୱର,ତୁମେ ନିଶ୍ୱର,
ତୁମେ ଧନୀକର, ତୁମେ ବିଶ୍ୱର,
ତୁମେ ଜୀବନ ବୀଣାର ଝଙ୍କାର,
ତୁମେ ପ୍ରୀତିର ମୂର୍ତ୍ତିର ଓଁକାର,
କାହିଁ ଦିଅ ଏତେ ଯାତନା?
ଏ କଳି ଯୁଗରେ କିଏ ଫୁଙ୍କି ଦେଲା
ମଣିଷ ମନେ କୁମନ୍ତ୍ରଣା,
ବୟସ ହଟିଲା ବଳ ପରକଲା
ରକ୍ତ ଦିଏ ନିର୍ଯାତନା।
ବୃଦ୍ଧବୃଦ୍ଧାକାଳେ ପେଟପାଇଁ ଖାଲି
ଆଖରୁ ବହଇ ଲୁହଧାର,
ଘରୁ ତଡି ବାସହରା କରିଦିଏ
ରକତ ଯେ ଗର୍ଭର ।
ଚାଲିବାକୁ ପାଦ ନ ଦିଏ ସାହସ
ତଥାପି ଆଗକୁ ଧାଏଁ,
କାକୁତି କରି ସେ ବୃଦ୍ଧାଶ୍ରମେ କହେ
ଦିଅ ହେ ଆଶ୍ରୟ କିଏ ?
ବୃଦ୍ଧାଶ୍ରମେ ନାହିଁ ପରଆପଣାର
ସଭିଁଏ ତ ବନ୍ଧୁ ଭାଇ,
ଶେଷ ଯାଏ ମିଳିମଶି ରହିଥାନ୍ତି
କାହାର ଆପତ୍ତି ନାହିଁ।
ଚାତକ ପରି ସନ୍ତାନ ର ବାଟ
ଚାହିଁ ଥାନ୍ତି ବାପା ମାଆ,
ହେଲେ ନିରର୍ଥକ ଆଶା ଯେ ତାଙ୍କର
ଖାଲି ବୃଦ୍ଧାଶ୍ରମ ଶେଷଠିକଣା।
କାହିଁକି ଏପରି ତୋହରି ଭିଆଣ
ବୁଝି ବି ବୁଝି ପାରେନି,
ପାଇଲେ ଚିଠିର ଉତ୍ତର ଦେବାକୁ
ତୋ ପାଦେ କରେ ଦୟିନୀ।
ଶିକ୍ଷୟିତ୍ରୀ
ପ୍ରଣତି ମହାପାତ୍ର
ବାଲେଶ୍ୱର