Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଦେବସେନା-୩୦

ଦେବସେନା-୩୦

1 min
6.4K


ଦେବସେନା-୩୦ 

ଅନାମିକା --ଶ୍ରାବଣୀ,
ପ୍ରେମେ,ବିରହେ,ସନ୍ତାପେ
ଝରାଅ ,
ଅମୃତ ଧାରା,
ନାରୀଶ୍ରେଷ୍ଠି-ଦେବଙ୍ଗନା------!
ଅତୀବ ମନୋହର 
ତୁମ ରଣକୌଶଳ,
ଧରାଶାୟୀ କୌନ୍ତେୟ,
ତୁମ ଉଷ୍ମ ନିଶ୍ୱାସ କହିଚାଲିଛି,
ହେ, ଅାର୍ଯ୍ୟଶ୍ରେଷ୍ଠ ଦ୍ରୋଣଶିଷ୍ୟ,
ଅଚଳ ମହାମେରୁ ଦ୍ଵିତୀୟ ପାଣ୍ଡବ !
ଅନାର୍ଯ୍ୟ ଦାନବିକନ୍ୟା
ପ୍ରିୟତମା ତୁମର,
ଏମିତି ଯୋଡି ହୋଇ ରୁହ 
ମୋ ସହ,

ଯେମିତି 
ହୀରା ଖଣ୍ଡିଏ ରହେ ମୁଦ୍ରିକାସହ,
ସତେ ଯେମିତି
ଚକମକ ଝିଲମିଲି ଅମା ଅନ୍ଧାରେ
ଝଲସୁ ଥାଏ,
ଟିକିଟିକି ତାରଫୁଲ  ପୁର୍ଣଯୌବନବତୀ ରାତ୍ରିର ବକ୍ଷଜୋରେ;
ହିଡିମ୍ବା-ତୁମର
ଯୋଗଜନ୍ମା ଦେବସେନା----!!


©®କାଶ୍ୟପ,ରାୟଗଡା ।


Rate this content
Log in