ସଂଳାପ-୨୭
ସଂଳାପ-୨୭
1 min
13.1K
ସଂଳାପ-୨୭
ଭଲ ପାଏ ଜୀବନ ତତେ
ଦିଗନ୍ତ ସେପାରି
ବନ୍ଧନମୁକ୍ତ ଜୀବନ
ତତେ କରେ
ଅନ୍ୱେଷଣ ସେଥିପାଇଁ
ବୋଧେ
ଆପେ ଆପେ ଆସିଯାଏ,
ମୋ ପାଖକୁ
ଯାହାକୁ ତମେ କୁହ
କବିତା,
ମୁଁ କିନ୍ତୁ ଜାଣେନି ,ସେ କିଏ ?
ଲେଖି ଦିଏ ,ଚିଠି ନିତି
ତା ଲାଗି ,ତା ଓଠ ଭାଷାରେ
ହୃଦୟ ସମ୍ଭୋଦିତ କରୁଥିବା ଅକ୍ଷରକୁ ଯୋଡି
କିଛି ଶବ୍ଧ
ସଜାଡି ଦିଏ ଧାଡିରେ,
ଖାଲି ଠିକଣା
ସମୟରେ ମିଳିଲେ,
ପ୍ରୀତିଲିପ୍ସା ,
ଆଉ ଲେଖନୀ ଟିଏ ଲେଖିବାକୁ ତୁମେ ଯାହାକୁ
କୁହ,
କବିତା-କାବ୍ୟନାୟିକା
ଭଲ ପାଇବା ତାର ଏ କି କୁରୁଣା
ଯିଏ ମୋ ଠାରୁ ଚାଲିଯାଏ
ଦୂରକୁ, ଆହୁରି ଦୂରକୁ ଯେତେଗଲେ ପାଶକୁ ତାର
ଭୁଲ ଠିକଣାରେ ହଜିଯାଏ
ମୋ ଲେଖା ଚିଠି
ତା ଓଠ କହୁଥିବା
ଭାଷାର
ପ୍ରତୀକ୍ଷାର କବିତାରେ--!
©®କାଶ୍ୟପ,ରାୟଗଡା ।