Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

3  

Abhakanta

Others

ଧୂର୍ଜଟୀ ଧ୍ୟାନ

ଧୂର୍ଜଟୀ ଧ୍ୟାନ

1 min
13.5K


ଧୂର୍ଜଟୀ ଧ୍ୟାନ

 

ଆଭାକାନ୍ତ ମହାନ୍ତି

 

ହିଆ ତଳେ ହାଏ ହୁତୁହୁତୁ ଜଳେ

       ହା'ହତାଶିଆ ହୋମ

ସ୍ମୃତିର ସମିଧ ସାଉଁଟି ସାଉଁଟି

       ସାରେ କର୍ମାଣିର କର୍ମ  ।

 

ମରି ତ ଗଲାଣି ମରମୁ ତମାମ

       ମଧୁ ମହୁଲ ମହକ

କରିଲା କବଳ କୋହ ହୃଦେ କେତେ

       କଳାବତୀର କୁହୁକ  ।

 

ଚିତ୍ରୋତ୍ପଳାର ଚଉଡ଼ା ଚଡ଼ାରେ

       ଚମ୍ପା ଚହଟି ଚାହେଁ

ଚଉଦ ଚମକେ ଚିତ୍ତ ଚହଲିଲା

       ଚମରୀ ଚାମର ପ୍ରାୟେ  ।

 

ବିପ୍ର ବାଟିକାରେ ବୁଲି ବାରେ ବାରେ

       ବାଛିଥିଲି ଶାଳଗ୍ରାମ

ଭାସୁଥିଲି ଭୋଳେ ଭାଳି ଭବିତବ୍ୟ

       ଭାଙ୍ଗିଲା ଭାବନା ଭ୍ରମ  ।

 

ବାଧ୍ୟେ ବାଉଳାରେ ବାଛି ବାଛି ବୀଜ

       ବୁଣେ ଚଷି ବାରବାଟୀ

ଦଦରା ଦଇଆ ଦମ୍ଭେ ଦୃଢ଼େ ଦେଇ

       ଦରିଆର ପରିପାଟୀ  ।

 

ଦୃଷ୍ଟି ଦଉଡୁଛି ଦିଗନ୍ତ ଦାଢ଼ରେ

       ଦରାଣ୍ଡି ଦଣ୍ଡର ଆଳ

ପ୍ରତ୍ୟୟ ପାଏନା ପ୍ରଜାପତି ପଙ୍ଖେ

       ପାହାଡ଼ଟା ଫାଳ ଫାଳ  ।

 

ପାଛୁଡ଼େ ପାଉଁଶ ପାଇବା ପାଇଁକି

       ପାଂଶୁଳ ପ୍ରମାଣ ପ୍ରାୟ

କେବେଠୁଁ କର୍ପୂର ଉଡ଼ିଛି, କନାଟା

       କାଳର କବଳ ହାୟ !

 

ଧିଟପଣ ଧରି ଧୂସର ଧଉଳି

       ଧରିଛି ଧୂର୍ଜଟୀ ଧ୍ୟାନ

ହାରାହାରି ହରା ହୃଦୟ ହାରେମ୍

       ହେବାରୁ ହରିଦ୍ରା ବର୍ଣ୍ଣ  ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in