Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Inspirational

1.9  

Prasant Kumar Nath

Inspirational

ଅଂଶୁଘାତ ହେବ ନାହିଁ

ଅଂଶୁଘାତ ହେବ ନାହିଁ

1 min
7.0K


ବାଟେ ଯାଉଥିଲା ବାଟୋଇ ଭାଇଟେ

ହେଉଥିଲା ଭାରି ଖରା

ଗମ୍ ଗମ୍ ହୋଇ ବହୁଥିଲା ଝାଳ

ତାତିଥିଲା ପୁରା ଧରା ।

ପକ୍କା ସଡକଟା ତାତି ଯାଇଥିଲା

ନଥିଲା ପାଦରେ ଜୋତା

ଭୁଲି ଯାଇଥିଲା ସାଥିରେ ତାହାର

ଆଣିବା ପାଇଁକି ଛତା ।

ପାଣି ବୋତଲଟେ ସାଥେ ନେଇଥିଲା

ଯାଇଥିଲା ତାହା ତାତି

ସେହି ପାଣି ଟୋପେ ପାଟିକୁ ତା ଗଲେ

ଫାଟି ଯାଉଥିଲା ଛାତି ।

ନିଶ୍ୱାସ ନେବାକୁ ଭାରି କଷ୍ଟ ହେଲା

ଲାଗୁଥିଲା ଭାରି ଥକ୍କା

ସତେକି ଯେମିତି ଅଂଶୁଘାତ ହେବ

ନଥିଲା କାହାର ଦେଖା ।

ଦୂରରୁ ଦେଖିଲା ବରଗଛଟିଏ

ପ୍ରସସ୍ଥ ତାହାର ଡାଳ

ଧାଇଁ ଗଲା ସେହି ଗଛର ପାଖକୁ

ହୋଇ ଡହଳ ବିକଳ ।

କାନ୍ଧରେ ତା ଥିଲା ଗାମୁଛା ଖଣ୍ଡିଏ

ତଳେ ପାରି ଶୋଇଗଲା

ଅଂଶୁଘାତ ସତେ ପାଖକୁ ତା ଆସି

ଦୁରେ ପୁଣି ଚାଲିଗଲା ।

ସେଇଠି ବସିକି ଭାବିଲା ଘଡ଼ିଏ

ଘରୁ ବାହାରିଲା ବେଳେ

ଛତା ନେଇଥିବ ସାଥିରେ ତାହାର

ଜୋତା ଥିବ ପାଦ ତଳେ ।

ଲେମ୍ବୁ ପାଣି ଆଉ ଘୋଳ ଦହି ପିଇ

ପେଟକୁ ଦେଵ ତା ଶାନ୍ତି

ପଖାଳ ଗଣ୍ଡିଏ ନିତି ସେ ଖାଇବ

ମେଣ୍ଟିଯିବ ତାର କ୍ଲାନ୍ତି ।


ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୮୩୧୦୩୨୮୩୪୫


Rate this content
Log in