ଆଶା ଉଡାଣର
ଆଶା ଉଡାଣର
ମନ କହୁଛି ! ଉଡନ୍ତି କି ?
ନୀଳ ଗଗନେ ପକ୍ଷୀଟିଏ ହୋଇ,
ଭୁଲି ନି ଏ ଯାବତ ଉଡିବା
ମୁକ୍ତ ଆକାଶେ,
ଆଜିକାଲି ଟିକେ ଲାଗୁଛି ଥକ୍କା,
ପକ୍ଷ ଦୁଇଟିର ପର ଟିକିଏ ପୁରୁଣା ହେଇଗଲାଣି ,
ବିଶ୍ୱାସ ଓ ଲକ୍ଷ୍ୟଚ୍ୟୁତ ନୁହେଁ
ଆଜି ବି ଦୃଷ୍ଟିକୋଣ !
ଭାବୁଛି !
ପାହାଡ଼ ଖୋଲେ ନେବି ଇଚ୍ଛାକୃତ ନିର୍ବାସନ,
ପଥରରେ ପିଟି ପିଟି ଡେଣା ଗୁଡିକୁ
ରକାକ୍ତ କରିଦେବି,
ଝଡ଼ି ଯିବ ନି ସବୁ ପୁରୁଣାପର
କିଛି ଦିନ
ବ୍ୟଥା ଓ ବେଦନା ସହିବାକୁ
ପଡିବ,
କରି ନେବି ସହ୍ୟ,
ପ୍ରତ୍ତିପତି, ରାଜନୈତିକ ପୃଷ୍ଠପୋଷକତା, ଚାଟୁକାରିତା
ଆଜିକାଲିର ଉଡାଣ ଇନ୍ଧନ
ପ୍ରତିଭା ଓ ଉଡିବା କୌଶଳ
ଅଭ୍ୟାସକ୍ରମେ ଆସିଯିବ ନି
ସମୟ ଆଣିଦେବ
ଆଜି ନ ହେଲେ କାଲି
ନୂଆ ପର ତ ଆସିବ
କିଏ ? ରୋକିବ ନା ରୋକି ପାରିଛି
ସମୟର ବୈପ୍ଲବିକ ପରିବର୍ତ୍ତନ ଧାରାକୁ,
ତା ପରେ ନିଶ୍ଚିତ
ଉଡାଣ ଯେ ଦିଗନ୍ତ ସେପାରିରେ---!
କାଶ୍ୟପ !
ରାୟଗଡା ।