Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

0.8  

Bidyutprabha Gantayat

Others

ଦୋହା ସପ୍ତକ - ଛୁଇଁଵ ତ ସ୍ନିଗ୍ଧରେ

ଦୋହା ସପ୍ତକ - ଛୁଇଁଵ ତ ସ୍ନିଗ୍ଧରେ

1 min
6.9K



ନବନୀତ ତନୁତୀର୍ଥ ଛୁଇଁଵ ତ ସ୍ନିଗ୍ଧରେ,

ସୁକୁମାର ସ୍ବପ୍ନ ରାଶି ସାଇତିଵ ଅନ୍ତରେ l

ସଦ୍ୟଜାତ କରସମ କୋମଳ ପଲ୍ଲବ,

ସମୀରଣ ପକ୍ଷ୍ମ ଯୁକ୍ତ ପରାଗ ସମ୍ଭବ l

କଣ୍ଟକିତ କୁଞ୍ଜେ ଜାତ ଗୋଲାପ କଳିକା,

ପ୍ରସ୍ଫୁଟିତ ପ୍ରେମକାବ୍ୟ ଲଳିତ ମାଳିକା l

ଅବିରଳ ଧାରାସମ ପ୍ରଗଳ୍ଭଭ ଉର୍ବରା,

ଆଲୋକିତ ଉଦ୍ଭାସିତ ପ୍ରଣୟ ପସରା l

ଅରୁପ ରେ ଅପରୂପ ବିଦେହ ରେ ଦେହ,

ଅନୁକ୍ଷଣ ଅନର୍ଗଳ ନିର୍ମଳ ନିର୍ମୋହ l

ଶତଦଳେ ସମର୍ପିତ ନୈବେଦ୍ୟ ତ୍ରିଧାରା,

ଆଚରଣେ ଅନୁବ୍ରତ ଅମୂର୍ତ ଅସରା l

ଅନ୍ତରେ ଅନୁରଣିତ ଅବିସ୍ମୃତ ନାମାବଳୀ,

ହୃଦୟ ପଟଳ ନିତ୍ୟ ନୀରାଜନା ସ୍ଥଳୀ ।

*************************

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in