Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Others

5.0  

ବି. ନିରୁପମା

Action Others

ଫୁଲ ରାଇଜର 'ପରୀ'

ଫୁଲ ରାଇଜର 'ପରୀ'

1 min
344


ଫୁଲ ଗଛଟିଏ ଲଗେଇକି ଦିନେ

ମାଆ ଦେଉଥିଲା ପାଣି ଢାଳି ,

ଯତନ ତାହାର ନେଇ ଚାଲିଥିଲା

ସତେ କି ନିଜର ପିଲା ଭଳି ।

ବଡ଼ କଉତୁକ ଲାଗୁଥିଲା ଯେଣୁ

ଦେଖୁଥିଲୁ ଆମେ ସରାଗରେ ,

କେତେ ଜାତି ଗଛ ରୋଉଥିଲୁ ଆଣି

ଆମ ଘର ବାଡ଼ି ବଗିଚାରେ ।

ସେଇ ଗଛ ଏବେ ବଡ଼ ହୋଇ ପରା

ଫୁଲ ଫୁଟି ଭାରି ବାସିଲାଣି ,

ଭୁରୁଭୁରୁ ତା'ର ସୁଗନ୍ଧରେ କେତେ

ପ୍ରଜାପତି ମହୁ ଶୋଷିଲେଣି ।

ଧୋବ ଫରଫର ଚେହେରାଟି ତା'ର

ଫୁଲ ରାଇଜର 'ଧଳାପରୀ' ,

ରଜନୀରେ ଫୁଟି ମହମହ ବାସ

ବିତରି ଯାଏ ସେ ଥିରିଥିରି ।

ଭାରି ମନଲୋଭା ରୂପ,ବାସ ଯେଣୁ

ଗାଆଁଠୁ ସହର ସବୁଠେଇଁ ,

ଅପରୂପା ଏଇ ମଲ୍ଲୀ ଫୁଲଟିର

କୁହ କେ ଆଦର କରେ ନାହିଁ !


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action